LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଉଦ୍ଧବ ଠାକରେଙ୍କ ପରିବାରକୁ ଭେଟିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

21/03/2023 at 4:15 PM

ମୁମ୍ବାଇ ୨୧।୩: ଶିବସେନା-ୟୁବିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିବାରକୁ ଭେଟିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଶନିବାର ଦ୍ବିପ୍ରହରରେ ରଜନୀକାନ୍ତ ଠାକରେ ପରିବାର ସହ ତାଙ୍କ ଘର ‘ମାତୋଶ୍ରୀ’ରେ ଭେଟିଛନ୍ତି । ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି । ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମୀ, ତାଙ୍କ ପୁଅ ଆଦିତ୍ୟ ଏବଂ ତେଜସ ସୁପରଷ୍ଟାର ରଜନୀକାନ୍ତଙ୍କୁ ଉତ୍ସାହର ସହ ସ୍ବାଗତ କରିଥିଲେ ।

ରଜନୀକାନ୍ତଙ୍କୁ ଅଭିବାଦନ କରିବା ବେଳେ ପରିବାରଲୋକଙ୍କ ଏକ ଫଟୋ ଟ୍ବିଟ୍ କରିଛନ୍ତି । ବାଲାସାହେବ ଠାକରେଙ୍କ ଫଟୋ ସମ୍ମୁଖରେ ରଜନୀକାନ୍ତ କାନ୍ଧରେ ଶାଲ୍ ପକାଇ ଠିଆ ହୋଇଛନ୍ତି । ଠାକରେ ପରିବାର ସଦସ୍ୟ ତାଙ୍କୁ ଏକ ବଡ ଫୁଲ ତୋଡା ଭେଟି ଦେଇଥିବା ଦେଖିବାକୁ ମିଳିଥିଲା ।

ଦୀର୍ଘ ୧୩ ବର୍ଷ ପରେ ରଜନୀକାନ୍ତ ଘରକୁ ଆସିଥିବାରୁ ଆଦିତ୍ୟ କହିଥିଲେ ଯେ, ରଜନୀକାନ୍ତ ଜୀଙ୍କୁ ପୁଣି ଥରେ ମାତୋଶ୍ରୀରେ ପାଇ ସେ ଅତ୍ୟନ୍ତ ଖୁସି । ଦଳର ଜଣେ ପଦାଧିକାରୀ କହିଛନ୍ତି, ରଜନୀକାନ୍ତଙ୍କ ସାକ୍ଷାତ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଏହା ପଛରେ କୌଣସି ରାଜନୈତିକ କାରଣ ନାହିଁ ।

ପ୍ରାୟ ୧୩ ବର୍ଷ ପୂର୍ବରୁ ଅକ୍ଟୋବର ୨୦୧୦ରେ ରଜନୀକାନ୍ତ ବାଲାସାହେବ ଠାକରେଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସିଥିଲେ । ସେମାନେ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥିଲେ ।  ରଜନୀକାନ୍ତ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ

   Related Posts