HBD Rajinikanth : ବୟସ ବି ମାନିଛି ହାର୍‌, ୭୩ ବର୍ଷରେ ବକ୍ସ ଅଫିସର ହିଟ୍‌ ମେସିନ୍‌

Published By : Prameya-News7 Bureau | December 12, 2023 IST

ମୁମ୍ବାଇ ୧୨।୧୨ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ମଙ୍ଗଳବାର ମାନେ ଡିସେମ୍ବର ୧୨ ତାରିଖରେ ଏହି ମେଗା ଷ୍ଟାରଙ୍କ ଜନ୍ମଦିନ । ଯାହାକୁ ଏକ ଫେଷ୍ଟିଭାଲ ରୂପରେ ଦକ୍ଷିଣ ଭାରତରେ ସେଲିବ୍ରେଟ୍‌ କରାଯାଉଛି । ଇତିମଧ୍ୟରେ ୭୩ ବର୍ଷ ବୟସରେ ପାଦ ଥାପିଛନ୍ତି ଥାଲାଇବ (ରଜନୀକାନ୍ତ)।

ଦକ୍ଷିଣ ଭାରତରେ ଭଗବାନଙ୍କ ପରି ପୂଜା କରାଯାଉଥିବା ଏହି ଅଭିନେତାଙ୍କର ସାରା ବିଶ୍ୱରେ ରହିଛି ଫ୍ୟାନ୍ସ । ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଛୋଟ-ମୋଟ କାମ କରି ରୋଜଗାର କରୁଥିଲେ ରଜନୀକାନ୍ତ । ଦିନେ ବସ୍‌ କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଥିବା ଜଣେ ସରଳ ବ୍ୟକ୍ତି, ଦିନେ ସାରା ଦୁନିଆରେ ରାଜ୍ କରିବେ । ତାହା କିଏ  ଜାଣିଥିଲା ? ତେବେ ଆସନ୍ତୁ ତାଙ୍କର ୭୩ ତମ ଜନ୍ମଦିନର କିଛି ଖାସ୍‌ କଥା । ଏହାସହିତ ଜାଣିବା କେତେ ସମ୍ପତ୍ତିର ମାଲିକ ରଜନୀକାନ୍ତ ।

wp:embed {"url":"https://www.prameyanews7.com/animal-actress-tripti-dimri-talks-about-shooting-with-ranbir-kapoor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/animal-actress-tripti-dimri-talks-about-shooting-with-ranbir-kapoor/
/wp:embed

ରଜନୀକାନ୍ତ ତାଙ୍କ ଅଭିନୟ କ୍ୟାରିୟର ମାତ୍ର ୨ହଜାର ଟଙ୍କାରୁ ଆରମ୍ଭ କରିଥିଲେ। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଶ୍ରୀଦେବୀଙ୍କ ସହ ଏକ ଫିଲ୍ମ କରିଥିଲେ। ଯେଉଁଥିରେ ସେ ଅଭିନେତ୍ରୀଙ୍କ ସାବତ ପୁଅ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ପାଇଁ ତାଙ୍କୁ ମାତ୍ର ୨୦୦୦ ଟଙ୍କା ପାରିଶ୍ରମିକ ମିଳିଥିଲା। ହେଲେ ଆଜି ରଜନୀକାନ୍ତ ଏକ ଫିଲ୍ମ ପାଇଁ ୧୦୦ କୋଟିରୁ କମ୍ ଟଙ୍କା ଚାର୍ଜ କରୁନାହାଁନ୍ତି। ନିକଟରେ ତାଙ୍କ ଫିଲ୍ମ ଜେଲର ରିଲିଜ୍ କରିଥିଲା। ଯେଉଁଥିପାଇଁ ସେ ୧୧୦ କୋଟି ଟଙ୍କା ଫି’ ନେଇଥିଲେ।

ତେବେ ଏକ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୪୩୦ କୋଟି ଟଙ୍କା। ଫିଲ୍ମ ବ୍ୟତୀତ ଥାଲାଇବା ଷ୍ଟାର୍ ମଧ୍ୟ ଦାମୀ କାରକୁ ବେଶ୍ ଭଲ ପାଆନ୍ତି । ଏଥିମଧ୍ୟରେ ୬.୫ କୋଟି ଟଙ୍କା ମୂଲ୍ୟର ରୋଲ୍ସ ରୋଏସ୍ ଫାଣ୍ଟମ୍ ଏବଂ ୬ କୋଟି ଟଙ୍କା ମୂଲ୍ୟର ରୋଲ୍ସ ରୋଏସ୍ ଘୋଷ୍ଟ ଭଳି ଦାମୀ କାର ଅନ୍ତର୍ଭୁକ୍ତ। ଏହାବ୍ୟତୀତ ତାଙ୍କ ପାଖରେ ବିଏମ୍‌ଡବ୍ଲୁ ମଧ୍ୟ ରହିଛି। ଚେନ୍ନାଇରେ ଅବସ୍ଥିତ ରଜନୀକାନ୍ତଙ୍କ ବିଳାସପୂର୍ଣ୍ଣ ବଙ୍ଗଳାର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା।

wp:embed {"url":"https://www.prameyanews7.com/when-dhoni-threw-a-challenge-at-afghanistan-player-for-ipl-contract/","type":"wp-embed","providerNameSlug":"prameya-news-7"}
https://www.prameyanews7.com/when-dhoni-threw-a-challenge-at-afghanistan-player-for-ipl-contract/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.