କ୍ୟାମେରା ଆଗରେ କାହିଁକି କାନ୍ଦିଲେ ଯାତ୍ରା ଜଗତର ସୁପରଷ୍ଟାର୍ ବାପି ପଣ୍ଡା, ଦେଖନ୍ତୁ...

Published By : Prameya-News7 Bureau | January 11, 2020 IST

ବାଲେଶ୍ବର( ସର୍ବେଶ୍ବର ନାଥ)୧୧/୧: ଯାତ୍ରା ଜଗତର ସୁପରଷ୍ଟାର ହେଉଛନ୍ତି ବାପି ପଣ୍ଡା। ତାଙ୍କର ଦମଦାର୍ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରନ୍ତି। ବାପିଙ୍କ ନିଖୁଣ ଅଭିନୟ ରାତିର ମାତ୍ର କେଇ ଘଣ୍ଟା ପାଇଁ ଦର୍ଶକଙ୍କୁ ମଞ୍ଚ ପାଖରେ ବାନ୍ଧି ରଖି ଥାଏ । ତାଙ୍କର ଅଭିନୟ ଦେଖି ଦର୍ଶକ କରତାଳି ମାଧ୍ୟମରେ ବାପିଙ୍କୁ ପ୍ରଶଂସା କରିଥାଆନ୍ତି। ବାପିଙ୍କ ଜୀବନ​‌ରେ ଏମିତି କିଛି ଅକୁହା କଥା ରହିଛି ହୁଏତ ଦର୍ଶକ ଜାଣି ନ ଥିବେ।

News7ର  ପ୍ରତିନିଧି ବାପିଙ୍କ ସହ ମନ ଖୋଲା କଥା ହୋଇଥିଲେ। ତାଙ୍କ ଜୀବନରେ ଘଟି ଯାଇଥିବା ଏକ ନିରାଟ ସତ୍ୟ ଘଟଣା ସଂପର୍କରେ ବାପି କ୍ୟାମେରା ସାମ୍ନାରେ କହିଥିଲେ। ମାତ୍ର କିଛି ସମୟ ପରେ ମଞ୍ଚରେ ଅଭିନୟ କରିବେ ବାପି ପଣ୍ଡା। ହଠାତ୍‌ ଫୋନ୍ ଆସିଲା ବାପି ପଣ୍ଡାଙ୍କ ସାନ ଭାଇଙ୍କ ମୃତ୍ୟୁ ଖବର।

ଏହି ଖବର ଶୁଣିବା ପରେ ବାପି ପଣ୍ଡା ବିଚଳିତ ହୋଇ ନ ଥିଲେ କି ଧର୍ଯ୍ୟହରା ହୋଇ ନ ଥିଲେ। ଛାତିରେ ଛାତିଏ କୋହ ଓ ଆଖିରେ ଆଖିଏ ଲୁହ ଧରି ସେହିଦିନ ମଞ୍ଚ ଉପରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ବାପି ପଣ୍ଡା। ବାପି କହିଥିଲେ ଯେ ସେ ହେଉଛନ୍ତି ଛଅ ଭାଇ। କିନ୍ତୁ ୬ ଭାଇଙ୍କ ମଧ୍ୟରୁ ବାପି ସାନ ଭାଇଙ୍କୁ ଅଧିକ ଭଲ ପାଉଥିଲେ। ସେ ବହୁତ କଳାପ୍ରେମୀ ଥିଲେ। ବାପିଙ୍କ ମଞ୍ଚସ୍ଥ ସବୁ ନାଟକଗୁଡିକୁ ତାଙ୍କ ସାନ ଭାଇ ଦେଖୁ ଥିଲେ। ଏମିତି କହୁ କହୁ କ୍ୟାମେରା ସାମ୍ନାରେ ବାପି ପଣ୍ଡା ଭୋ ଭୋ ହୋଇ କାନ୍ଦି ଥିଲେ। କ୍ୟାମେରା ସାମ୍ନାରେ ବାପି କ’ଣ କହୁଛନ୍ତି ଦେଖନ୍ତୁ...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.