ଫିଲପାଇନ୍ସରେ ‘ଗୋନି’ର ତାଣ୍ଡବ, ୧୦ ମୃତ, ଏବେବି ଟଳିନି ବିପଦ, ଘଣ୍ଟାପ୍ରତି ବହୁଛି୧୬୫ କିଲୋମିଟର ବେଗରେ ବାତ୍ୟା

Published By : Prameya-News7 Bureau | November 01, 2020 IST

ମାନିଲା ୧।୧୧: ସାମୁଦ୍ରିକ ବାତ୍ୟା ‘ଗୋନି’ ରବିବାର ପୂର୍ବ ଫିଲପାଇନ୍ସରେ ଭୂ-ଭାଗକୁ ପ୍ରବେଶ କରିବା ସହ ତାଣ୍ଡବ ରଚିଛି।  ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟରରେ ପହଞ୍ଚିଥିଲା। ଏହି ସମୟରେ ଗଷ୍ଟିଂ ସ୍ପିଡ ୨୮୦ କିଲୋମିଟର ଛୁଇଁବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଭୂ-ଭାଗକୁ ପହଞ୍ଚିବା ପରେ ପବନର ବେଗ ହ୍ରାସ ହୋଇଛି। ରାତିରେ ଘଣ୍ଟାପ୍ରତି ୧୬୫ କିଲୋମିଟର ବେଗରେ ଝଡ ବହୁଥିବା ବେଳେ ଗଷ୍ଟିଂ ୨୩୦ କିଲୋମିଟରକୁ ପହଞ୍ଚୁଥିବାର ପାଣିପାଗ ବିଭାଗ ସୂଚନାରୁ ଜଣାପଡିଛି।

wp:html /wp:html

ଭୀଷଣ ଝଡଡ ତୋଫାନ ଯୋଗୁ  ବିଭିନ୍ନ ସ୍ଥାନରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ବିସ୍ତୃତ କ୍ଷୟକ୍ଷତି ସୂଚନା ଏବେବି ମିଳିପାରିନାହିଁ। ବିଭିନ୍ନ ସ୍ଥାନରେ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳରେ ପହଞ୍ଚା ଯାଇପାରିଥିବା ବିପର୍ଯ୍ୟୟ ପରିଚାଲନା ଅଧିକାରୀ ସୂଚିତ କରିଛନ୍ତି।  ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ସକାଳେ ସୁପର ଟାଇଫୁନ ଗୋନି କଟନଡୁଆନିସ୍‌ରେ ଭୂ-ଭାଗକୁ ପ୍ରବେଶ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ଥିବା ବେଳେ ଏହାର ଝଙ୍କାର ପ୍ରତିଘଣ୍ଟା ୨୮୦ କିଲୋମିଟରକୁ ଛୁଇଁଥିଲା।

wp:html /wp:html

ବାତ୍ୟା ପରେ ରାଜଧାନୀ ମାନିଲା ଓ ଘନ ଜନବସତୀ ଅଞ୍ଚଳ ପଶ୍ଚିମ ଫିଲପାଇନ୍ସକୁ ମୁହାଁଥିଲା। ଗତ ସପ୍ତାହରେ ଗୋନି ଭଳି ଅନ୍ୟ ଏକ ସାମୁଦ୍ରିକ ବାତ୍ୟା ପଶ୍ଚିମ ଫିଲପାଇନ୍ସ ଦେଇ ପ୍ରବାହିତ ହୋଇଥିଲା। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ଭରି ରହିଥିବା ବେଳେ ଝଡ ତୋଫାନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକେ ପରିସ୍ଥିତିରୁ ମୁକୁଳିନଥିବା ବେଳେ ଏବେ ବିତ୍ପାତ ରଚିଛି ଗୋନି।

wp:html /wp:html

ବାତ୍ୟା ସମୁଦ୍ରରୁ ଭୂ-ଭାଗକୁ ପ୍ରବେଶ କରିବାର ୧୨ ଘଣ୍ଟାରୁ ଅଧିକ କାଳ ବିତିଗଲାଣି। ହେଲେବି ଝଡ ଥମିନଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡିଛି। ଯଦିଓ ରାତିରେ ପବନର ବେଗ କମିଛି ତେବେ ଘଣ୍ଟା ପ୍ରତି ୧୬୫ କିଲୋମିଟର ବେଗରେ ଝଡ ବହୁଥିବା ବେଳେ ଗଷ୍ଟିଂ ପ୍ରତି ଘଣ୍ଟା ୨୩୦ କିଲୋମିଟର ରହୁଛି। ଏଣୁ ବିପଦ ଏବେବି ଟଳି ନଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

{"id":354510,"sizeSlug":"large"}

ଅନ୍ୟପକ୍ଷରେ ଗୋନି ରାତି ସୁଧା ରାଜଧାନୀ ମାନିଲା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି। ତେବେ ମାନିଲା ଉପରେ ପ୍ରବାହିତ ହେବା ବେଳକୁ ପବନର ବେଗ ପ୍ରତି ଘଣ୍ଟା ୭୦ କିଲୋମିଟର ଥିବ ବୋଲି ପୂର୍ବାନୁମାନ କରାଯାଉଛି। ଗୋନିକୁ ଆକଳନ କରି ସରକାର ରାଜଧାନୀସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସୋମବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ବିମାନର ଗତି ପଥ ପରିବର୍ତ୍ତନ କରାଯାଇଥିବା ବେଳେ ଦେଶରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରିଦିଆଯାଇଛି। ବାତ୍ୟା କ୍ଷୟକ୍ଷତିର ସାମଗ୍ରିକ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ସେନା, ଜାତୀୟ ପୋଲିସ ଓ ତଟରକ୍ଷକଙ୍କୁ ଉଚ୍ଚ ସତର୍କତା ଅବଲମ୍ବନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.