oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ହ୍ବାଇଟ୍‌ ହାଉସ୍‌ରେ ଭାରତୀୟଙ୍କ ପ୍ରଶଂସା, ‘ସୁପର୍‌-‌ଟାଲେଣ୍ଟେଡ୍‌’ ବେଦାନ୍ତ ପଟେଲ୍‌

9/04/2022 at 8:09 AM


ନୂଆଦିଲ୍ଲୀ ୦୯/୦୪: ହ୍ବାଇଟ୍‌ ହାଉସ୍‌ରେ ଭାରlତୀୟଙ୍କ ପ୍ରଶଂସା। କାର୍ଯ୍ୟଶୈଳୀ ଏବଂ ପରିଶ୍ରମକୁ ସାବାସୀ। ଏମିତି ପ୍ରଶଂସା ବା ସାବାସୀ ସାଉଁଟିଛନ୍ତି ଗୁଜୁରାଟର ବେଦାନ୍ତ ପଟେଲ୍‌। ହ୍ବାଇଟ୍‌ ହାଉସ୍‌ର ମୁଖପାତ୍ର ଜେନ୍‌ ସାକି ତାଙ୍କର ପ୍ରଶଂସା କରିଛନ୍ତି। ଭାରତୀୟ-ଆମେରିକୀୟ ସହଯୋଗୀ ବେଦାନ୍ତ ପଟେଲ୍‌ଙ୍କୁ ସେ କହିଛନ୍ତି ‘ସୁପର୍‌-‌ଟାଲେଣ୍ଟେଡ୍‌’ ।

ଏବେ ସୁପର ବ୍ରେନ୍‌ର ଅଧିକାରୀ ବେଦାନ୍ତ ପଟେଲଙ୍କ ପ୍ରତି ଜେନ୍‌ ସାକିଙ୍କ ଚିନ୍ତାରେ ୟୁଟର୍ଣ୍ଣ। କାରଣ  ସାକି ଭାବୁଥିଲେ।ବେଦାନ୍ତଙ୍କୁ ସହଜ କାମ ଦିଆ ଯାଏ ବୋଲି ।ଯାହାକୁ ପରିହାସ କରୁଥିଲେ ତାକୁ ହିଁ ପ୍ରଶଂସା କଲେ। ଏବେ କହିଛନ୍ତି ବେଦାନ୍ତ ସହଜିଆ କାମ କରନ୍ତିନି। କହିଛନ୍ତି, ସେ ହେଉଛନ୍ତି ‘ସୁପର୍‌-ଟାଲେଣ୍ଟେଡ୍‌’। ସାକି ଆହୁରି କହିଛନ୍ତି, ବେଦାନ୍ତ ଜଣେ ସୁନ୍ଦର ଲେଖକ। ସେ ଗଣମାଧ୍ୟମକୁ ଭଲ ରିପୋର୍ଟ ମଧ୍ୟ କରିପାରିଛନ୍ତି। ଆଗାମୀ ସରକାରରେ ତାଙ୍କ କ୍ୟାରିୟର୍‌ ଭଲ ହେବ ବୋଲି ଅନୁମାନ।
ବାଇଡେନ୍‌ ଆଡମିନିଷ୍ଟ୍ରେସନ୍‌ରେ ବେଦାନ୍ତ ପଟେଲ୍‌ ସହକାରୀ ପ୍ରେସ୍‌ ସଚିବ ଭାବେ ହ୍ବାଇଟ୍‌ ହାଉସ୍‌ରେ କାମ କରୁଛନ୍ତି।  ସେ ରିଭର୍‌ସାଇଡ୍‌ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ଫ୍ଲୋରିଡାର ୱାରିଙ୍ଗଟନ୍‌ କଲେଜ୍‌ ଅଫ୍‌ ବିଜ୍‌ନେସ୍‌ରୁ ‘ଏମ୍‌ବିଏ’ କରିଛନ୍ତି।
ଗୁଜରାଟରେ ଜନ୍ମିତ ବେଦାନ୍ତ। ବଢିଛନ୍ତି କାଲିଫର୍ଣ୍ଣିଆରେ। ୧୯୯୧ରୁ ଆମେରିକାରେ ରହୁଥିବା ୩୨ ବର୍ଷିୟ ବେଦାନ୍ତ ସାମ୍ବାଦିକଙ୍କର ଖୁବ୍‌ ପ୍ରିୟ।   ‌‘ଲୋୟର୍‌ ପ୍ରେସ୍‌ ଅଫିସ୍‌’ରେ ତାଙ୍କର ଡେସ୍କ ଅଛି। ସେଠାରେ ସେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଗଣମାଧ୍ୟମ ଅନୁସନ୍ଧାନ ପରିଚାଳନା କରନ୍ତି। ଆଡମିନିଷ୍ଟ୍ରେସନ୍‌ରେ ଯୋଗଦେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ଉଦ୍‌ଘାଟନୀ କମିଟିର ଜଣେ ବରିଷ୍ଠ ମୁଖପାତ୍ର ଥିଲେ ସେ। ଏବଂ ବାଇଡେନ୍‌  ଅଭିଯାନରେ ଆଞ୍ଚଳିକ ଯୋଗାଯୋଗ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରୁଥିଲେ।

ଡେପୁଟି ଯୋଗାଯୋଗ ନିର୍ଦ୍ଦେଶକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ ବେଦାନ୍ତ। ଡିସେମ୍ବର ୨୦୧୨ ରୁ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ସେ ପୂର୍ବତନ କଂଗ୍ରେସ ସଦସ୍ୟ ମାଇକ ହୋଣ୍ଡାଙ୍କ ଡେପୁଟି ଯୋଗାଯୋଗ ନିର୍ଦ୍ଦେଶକ ଭାବରେ କାମ କରୁଥିଲେ। ତା’ପରେ ସେ ନଭେମ୍ବର ୨୦୧୫ରୁ ଜାନୁୟାରୀ ୨୦୧୭ ପର୍ଯ୍ୟନ୍ତ ଥିଲେ ମାଇକ୍ ହୋଣ୍ଡାଙ୍କ ଯୋଗାଯୋଗ ନିର୍ଦ୍ଦେଶକ ।

ଏପ୍ରିଲ୍ ୨୦୧୭ ରୁ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରେସ ସେକ୍ରେଟାରୀ ତଥା AAPI ମିଡିଆର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ବେଦାନ୍ତ ପଟେଲ୍। ନଭେମ୍ବର ୨୦୧୮ ରୁ ଏପ୍ରିଲ୍ ୨୦୧୯ ପର୍ଯ୍ୟନ୍ତ ସେ ଭାରତୀୟ ଆମେରିକୀୟ କଂଗ୍ରେସ ଓମେନ୍‌ ପ୍ରମିଳା ଜୟପାଲଙ୍କ ଯୋଗାଯୋଗ ନିର୍ଦ୍ଦେଶକ ଥିଲେ। ଏବେ ରାଷ୍ଟ୍ରପତିଙ୍କ ଟିମ୍‌ରେ ସେ ଜଣେ ଭିଆଇପି। ଭେରି ଇମ୍ପୋଟାଣ୍ଟ ପର୍ସନ। ଏହା ଭାରତ ପାଇଂ ଗର୍ବ ନିଶ୍ଚିତ।

   Related Posts