ବାରିପଦାରେ ଉଦଘାଟନ ହେଲା ଉତ୍କଳ ହସପିଟାଲ୍ର ସୁପର ସ୍ପେସାଲିଷ୍ଟ ଆଉଟ୍ରିଚ୍ କେନ୍ଦ୍ର
28/01/2023 at 10:35 PM

ବାରିପଦା ୨୮/୦୧: ମୟୁରଭଞ୍ଜ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବାକୁ ବାରିପଦାର ଭୁଗୁଡାକଟାରେ ଉତ୍କଳ ହସ୍ପିଟାଲର ସୁପର ସ୍ପେସାଲିଟି ଆଉଟରିଚ୍ ସେଣ୍ଟର ଉଦଘାଟିତ ହୋଇଛି। ଉତ୍କଳ ହସ୍ପିଟାଲ ଭୁବନେଶ୍ବରର ଚେୟାରମ୍ୟାନ ତଥା ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ କୁମାର ସାମଲ ଏବଂ ଡାକ୍ତର ନିତ୍ୟାନନ୍ଦ ଉପାଧ୍ୟାୟଙ୍କ ଦ୍ୱାରା ଶନିବାର ଏହା ଉଦଘାଟନ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପରିଚାଳା ଅଧିକାରୀ ଡାକ୍ତର ଆଶିଷ ଚନ୍ଦ୍ର, ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ପଣ୍ଡା, ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଡାକ୍ତର ଆଲୋକ ଲୋଧା ଉପସ୍ଥିତ ଥିଲେ। ବାରିପଦାବାସୀଙ୍କ ପାଇଁ ଉନ୍ନତମାନର ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍କଳ ହସ୍ପିଟାଲ ପକ୍ଷରୁ ବାରିପଦାରେ ଏକ ସୁପର ସ୍ପେସାଲିଟି ଆଉଟରିଚ୍ ସେଣ୍ଟର ଆରମ୍ଭ ହୋଇଛି। ଫଳରେ ଏହି ଅଞ୍ଚଳର ଲୋକମାନେ ବହୁ ଦୂରକୁ ନଯାଇ ସହଜରେ ସୁପର ସ୍ପେସାଲିଟି ଡାକ୍ତରମାନଙ୍କ ଚିକିତ୍ସା ସେବା ପାଇବେ ବୋଲି ଲକ୍ଷ୍ୟ ରହିଛି।

ଆଉଟରିଚ କ୍ଲିନିକରେ ପ୍ରତିଦିନ ମୌଳିକ ଚିକିତ୍ସା, ନିଦାନ, ଫାର୍ମାସି ଏବଂ ହୋମ୍ ସର୍ଭିସ ସହିତ କାର୍ଡିଓଲୋଜି, କାର୍ଡିଓ ଥୋରାସିକ ସାଇନ୍ସ, ଅର୍ଥୋପେଡିକ, ଜଏଣ୍ଟ ଆଣ୍ଡ ସ୍ପାଇନ, ଅଙ୍କୋଲୋଜି, ନ୍ୟୁରୋ ସାଇନ୍ସ, ଗ୍ୟାଷ୍ଟ୍ରୋ ସାଇନ୍ସ, ୟୁରୋଲୋଜି ଆଦି ବିଭାଗରେ ସାପ୍ତାହିକ ସୁପର ସ୍ପେସାଲିଟି କ୍ଲିନିକ ସେବା ଉପଲବ୍ଧ ହେବ। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଉଚ୍ଚ କୁଶଳୀ ଏବଂ ତାଲିମପ୍ରାପ୍ତ ଡାକ୍ତରମାନଙ୍କ ହାତରେ ଚିକିତ୍ସିତ ହେବାର ସୁଯୋଗ ପାଇବେ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି।