ପାକିସ୍ତାନ ବନ୍ୟାରେ ୧.୬୦ କୋଟି ଶିଶୁ ପ୍ରଭାବିତ, ୟୁନିସେଫର ବୟାନ- ବିପଦରେ ୩୪ ଲକ୍ଷ ଜୀବନ

Published By : Prameya-News7 Bureau | September 17, 2022 IST

ନୂଆଦିଲ୍ଲୀ: ପାକିସ୍ତାନରେ ନିକଟରେ ହୋଇଥିବା ବିନାଶକାରୀ ବନ୍ୟା ଯୋଗୁଁ ଦେଶର ୧.୬୦ କୋଟି ଶିଶୁ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ମିଳିତ ଜାତିସଂଘ ଅନୁସାରେ, ଏଥିରୁ ୩୪ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ତତ୍କାଳ ସାହାଯ୍ୟର ଆବଶ୍ୟକତା ରହିଛି।

ୟୁନିସେଫର ପ୍ରତିନିଧି ଅବଦୁଲା ଫାଦିଲ କହିଛନ୍ତି, ପାରିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅତି ଭୟଙ୍କର ରହିଛି । ଏଠାରେ କୁପୋଷଣର ଶିକାର ଶିଶୁ ବହୁ ରୋଗରେ ଆକ୍ରାନ୍ତ ଅଛନ୍ତି । ବନ୍ୟାରେ ପ୍ରଭାବିତ ସିନ୍ଧ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୫୨୮ ଶିଶୁଙ୍କୁ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ଗୁଡିକୁ ଏଡାଇ ଯାଇପାରିଥାନ୍ତା ବୋଲି ସେ କହିଛନ୍ତି।

ଫାଦିଲ କହିଛନ୍ତି, ବନ୍ୟା ଯୋଗୁଁ ଅନୁମାନିକ ରୂପେ ୧.୬୦ କୋଟି ଶିଶୁଙ୍କୁ ପ୍ରଭାବ ପଡିଛି । ଏଥିରୁ ୩୪ ଲକ୍ଷ ଶିଶୁଙ୍କୁ ତତ୍କାଳ ସାହାଯ୍ୟର ଆବଶ୍ୟକତା ରହିଛି । ଛୋଟ ଛୋଟ ଶିଶୁ ପରିବାର ଲୋକଙ୍କ ସହ ଖୋଲାରେ ରହୁଛି । ପିଇବା ପାଣି, ଭୋଜନ ଏବଂ ବନ୍ୟା ଯୋଗୁଁ ଆଜୀବିକା ହରାଇବା କାରଣରୁ ନୂଆ ବିପଦର ସାମନା କରୁଛନ୍ତି । ବନ୍ୟା ଯୋଗୁଁ ସାପ ଏବଂ ଅନ୍ୟ ଜନ୍ତଙ୍କୁ ଠାରୁ ବିପଦ ମଧ୍ୟ ବଢିଛି।

ଜାପାନ ସରକାର ଶୁକ୍ରବାର ପାକିସ୍ତାନକୁ ୭୦ ଲକ୍ଷ ଆମେରିକୀୟ ଡଲାରର ସାହାଯ୍ୟ ଘୋଷଣା କରିଛି । ଅନ୍ୟପଟେ କାନାଡା ୩୦ ଲକ୍ଷ କାନାଡାଇ ଡଲାର ଦେବାକୁ ଘୋଷଣା କରିଛି । ଏହାରି ଭିତରେ ସିନ୍ଧୁର ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଗୋଟିଏ ଦିନରେ ୯୦,୦୦୦ରୁ ଅଧିକ ଲୋକଙ୍କ ସଂକ୍ରମିତ ଏବଂ ଜଳ ଜନିତ ରୋଗର ଚିକିତ୍ସା କରାଯାଇଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଲୋକଙ୍କ ବନ୍ୟାରେ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.