ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା : ସୁପାରୀ କିଲର ସହ ସହଯୋଗୀ ଗିରଫ

Published By : Prameya-News7 Bureau | November 13, 2023 IST

କାମାକ୍ଷାନଗର ୧୩।୧୧: ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣାରେ ସୁପାରି କିଲର ରାକେଶ ନାଥ ଓ ତାର ଜଣେ ସହଯୋଗୀକୁ ମୟୁରଭଞ୍ଜରୁ କାମାକ୍ଷାନଗର ପୋଲିସ, ମୟୁରଭଞ୍ଜ ପୋଲିସ ଓ STF ମିଳିତ ଭାବେ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଦର୍ଶନ ମାହୁନ୍ତ ପୂର୍ବରୁ ଗିରଫ ହୋଇସାରିଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର । ଗତ ସେପ୍ଟେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁକୁ ଆଳତୁମା ମାଳବନ୍ଧ ନିକଟ ସୌରିଆ ଆମ୍ବତୋଟାରେ ଗୁଳିକରି ହତ୍ୟା କରିଥିଲେ ।

ସୂଚନାଯୋଗ୍ୟ ଯେ, ଦିବ୍ୟଦର୍ଶନର ବାପା ଦୀପକ ମାହୁନ୍ତକୁ ମୃତ ନିରାକାର ତାର ସହଯୋଗୀମାନେ ମିଶି ଗତ ୨୦୨୧ ମସିହା ଅକ୍ଟୋବର ମାସ ୨୪ ତାରିଖରେ  ଗୁଳିମାଡ କରି ହତ୍ୟା କରିଥିଲେ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ ଦିବ୍ୟଦର୍ଶନ ସୁପାରୀ କିଲର ରାକେଶ ନାଥ ସହିତ ୬ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ, ୧ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ପୋଲିସ ଆଗରେ ପ୍ରକାଶ କରିଥିଲା । ହତ୍ୟା କରିବା ପରେ ସମସ୍ତ ଦୁର୍ବୃତ୍ତ ନିରାକାରର ଏକ କାରକୁ ମଧ୍ୟ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହତ୍ୟାକାଣ୍ଡର କିଛି ଦିନ ପରେ ଝାଡଖଣ୍ଡରୁ ପୋଲିସ କାରଟିକୁ ଜବତ କରିଥିଲା । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।  ଅଧିକ ତଦନ୍ତ ଜାରି ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଡିସନାଲ ଏସ୍ପି, କାମାକ୍ଷାନଗର SDPO, କାମାକ୍ଷାନଗର ଥାନା ଅଧିକାରୀ ଉପସ୍ଥିତ ଥିଲେ ।

You Can Read :

wp:embed {"url":"https://www.prameyanews7.com/man-killed-in-elephant-attack-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-killed-in-elephant-attack-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.