oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମାରକ୍ରମ ଏବଂ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକାତାକୁ ୭ ଓ୍ଵିକେଟ୍‌ରେ ହରାଇଲା ହାଇଦ୍ରାବାଦ

15/04/2022 at 11:14 PM

ମୁମ୍ବାଇ ୧୫।୦୪: ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ନିଜର ଲୟ ବଜାୟ ରଖିବାରେ ସଫଳ ହୋଇଛି ସନରାଇଜର୍ସ ହାଇଦ୍ରାବାଦ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ହାଇଦ୍ରାବାଦ। ଏଥିସହ ପାଞ୍ଚଟି ମ୍ୟାଚ୍‌ରୁ କ୍ରମାଗତ ତୃତୀୟ ବିଜୟ  ହାସଲ କରିଛି। ଦଳ କୋଲକାତା ଷଷ୍ଠ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି। ରାହୁଲ ତ୍ରିପାଠୀଙ୍କ ୭୧ ଏବଂ ଆଡନ ମାରକ୍ରମଙ୍କ ଅପରାଜିତ ବିସ୍ଫୋରକ ୬୮ରନ ବଳରେ ହାଇଦ୍ରାବାଦ କୋଲକାତା ଦ୍ଵାରା ଧାର୍ଯ୍ୟ ୧୭୬ ରନର ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ତ୍ରିପାଠୀ ଓ ମାରକ୍ରନ ତୃତୀୟ ଓ୍ଵିକେଟରେ ୯୪ ରନ ଯୋଡି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନୀତିଶ ରାଣାଙ୍କ ୫୪ ଏବଂ ଆନ୍ଦ୍ରେ ରସେଲଙ୍କ ଅପରାଜିତ ୪୯ ରନ ବଳରେ ୮ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୭୫ ରନ କରିଥିଲା।

୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ମାତ୍ର ୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଭିଷେକ ଶର୍ମା(୩) ଆଉଟ୍  ହୋଇଥିଲେ। ଅଧିନାୟକ କେନ ଓ୍ଵିଲିୟମସନ(୧୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୩୯ ରନରେ ଓପନରଙ୍କ ହରାଇବା ପରେ ରାହୁଲ ତ୍ରିପାଠୀ ଏବଂ ଆଡନ ମାରକ୍ରମ ଇନିଂସ ସମ୍ଭାଳିଥିଲେ। ବିଶେଷ କରି ତ୍ରିପାଠୀ ଧୂଆଁଧାର ବ୍ୟାଟିଂ କରି ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୯୪ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୩୩ ରନରେ ତ୍ରିପାଠୀ ପାଭିଲିୟନ ଫେରିଥିଲେ। ସେ ୩୭ ବଲ୍‌ରୁ ୪ ଚୌକା ଏବଂ ୬ ଛକା ବଳରେ ୭୧ ରନ କରିଥିଲେ। ଏହା ପରେ ବିଜୟ ଔପଚାରିକତା ପୂରଣ କରିଥିଲେ ମାରକ୍ରମ। ସେ ୩୬ ବଲରୁ ୬ ଚୌକା ଏବଂ ୪ ଛକା ସହ ୬୮ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ହାଇଦ୍ରାବାଦ ୧୭.୫ ଓଭରେ ୩ ଓ୍ଵିକେଟ୍ ହରାଇ ୧୭୬ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

   Related Posts