suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୋଲକାତାର ମାପଚୁପ ବୋଲିଂ, ମନିଷଙ୍କ ଅର୍ଦ୍ଧଶତକ ବଳରେ ୧୪୨ ରନ କରିବାକୁ ସକ୍ଷମ ହେଲା ସନରାଇଜର୍ସ ହାଇଦ୍ରାବାଦ

26/09/2020 at 9:24 PM

ଆବୁଧାବି ୨୬।୦୯: ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଅଷ୍ଟମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତାର ମାପଚୁପ ବୋଲିଂ ଯୋଗୁଁ ବଡ ସ୍କୋର କରିବାରେ ବିଫଳ ହୋଇଛି। ଦଳ ମନିଷ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ୫୧ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୨ ରନ କରିଛି। ଟୂର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଜିତିବାକୁ ହେଲେ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ୧୪୩ ରନର ବିଜୟ ଲକ୍ଷ୍ୟ ରହିଛି। ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୬ ଓ ରିଦ୍ଧିମାନ ଶାହା ୩୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ସନରାଇଜର୍ସ ହାଇଦ୍ରାବାଦ ଏହାର ଫାଇଦା ଉଠାଇ ପାରିନଥିଲା। ଦୁଇ ଦମଦାର ଓପନର ଜନି ବେୟାରଷ୍ଟୋ ଓ ଡେଭିଡ୍ ଓ୍ଵାର୍ଣ୍ଣର ହାତଖୋଲା ସଟ୍ ଖେଳି ପାରିନଥିଲେ। ୪ ଓଭରରେ କେବଳ ୨୪ ରନ ଯୋଡିଥିଲେ ଏହି ଓପନିଂ ଯୋଡି। ଏହି ସ୍କୋରରେ ବେୟାରଷ୍ଟୋ ମାତ୍ର ୫ ରନ କରି କମିନ୍ସଙ୍କ ଶିକାର ହୋଇଥିଲେ। ଏହା ପରେ ଓ୍ଵାର୍ଣ୍ଣର ୩୦ ବଲରୁ ୨ ଚୌକା ଓ ୧ ଛକା ସହାୟତାରେ ୩୬ ରନ କରି ପାଭିଲିୟନ ଫେରିଥିଲେ।

ଏହାପରେ ମଧ୍ୟକ୍ରମରେ ମନିଷ ପାଣ୍ଡେ ଦଳ ରିଦ୍ଧିମାନ ଶାହାଙ୍କୁ ଯୋଡି କରି ସ୍କୋରକୁ ଆଗକୁ ବଢାଇଥିଲେ। ପାଣ୍ଡେ ଦ୍ରୁତ ଗତିରେ ବ୍ୟାଟିଂ କରି ଆଇପିଏଲରେ ୧୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। ପାଣ୍ଡେ ଓ ଶାହା ତୃତୀୟ ଓ୍ଵିକେଟ୍‌ରେ ୬୨ ରନ ଯୋଡିଥିଲେ। ୧୨୧ ରନ ସ୍କୋରରେ ପାଣ୍ଡ୍ୟା ରସେଲଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୩୮ ଲବରୁ ୩ ଚୌକା ଓ ୨ ଛକା ଜରିଆରେ ୫୧ ରନର ଉପଯୋଗୀ ଇନିଂସ ଖେଳିଥିଲେ।

ଶେଷ ଆଡକୁ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସର ବୋଲର ବ୍ୟାଟସମ୍ୟାନଙ୍କକୁ ହାତଖୋଲା ସଟ୍ ଖେଳିବାକୁ ମଧ୍ୟ ଦେଇନଥିଲେ। ରିଦ୍ଧିମାନ ଶାହା ଅଧିକ ସମୟ କ୍ରିଜରେ ଜମି ରହିଥିଲେ ବି ଦ୍ରୁତ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ସେ ଶେଷ ଓଭରରେ ୩୧ ବଲରୁ ୩୦ ରନ କରି ରନ ଆଉଟ୍ ହୋଇଥିଲେ।  ନିର୍ଦ୍ଧାରିତ ଓଭରରେ ହାଇଦ୍ରାବା ୪ ଓ୍ଵିକେଟ୍ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଛି। ମହମ୍ମଦ ନବି ୧୧ ଓ ଅଭିଷେକ ଶର୍ମା ୨ ରନ କରି ଅପରାଜିତ ଥିଲେ।

କୋଲକାତା ତରଫରୁ ସଫଳ  ବୋଲର ଭାବେ ପାଟ କମିନ୍ସ ମାତ୍ର ୧୯ ରନ କରି ଗୋଟିଏ ସଫଳତା ପାଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ମଧ୍ୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

   Related Posts