oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

IPL 2022: ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି, ଦୁଇ ଦଳର ଚୂଡାନ୍ତ ଏକାଦଶ ଅପରିବର୍ତ୍ତିତ

23/04/2022 at 7:17 PM

ମୁମ୍ବାଇ ୨୩/୦୪: ଚଳିତ ଆଇପିଏଲ୍‌ର ୩୬ତମ ଲିଗ୍‌ ମୁକାବିଲାରେ ସନ୍ଧ୍ୟାରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ଟି ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି । ଆଉ ଏକ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ସନରାଇଜର୍ସ ଏହି ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଯିବ । ଏହି ମ୍ୟାଚରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଛି। ଉଭୟ ଦଳର ଚୂଡାନ୍ତ ଏକାଦଶ ସମାନ ରହିଛି।

କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ଜିତିବା ପରେ ସନରାଇଜର୍ସର ମନୋବଳ ଦୃଢ ରହିଛି । ବୋଲିଂ ବାହିନୀ ଫର୍ମରେ ରହିଛନ୍ତି । ଦଳଗତ ବ୍ୟାଟିଂ ପ୍ରଦର୍ଶନ ବଳରେ ସନରାଇଜର୍ସର ବିଜୟ ସମ୍ଭବ ହୋଇଛି । କେବଳ କେନ ୱିଲିୟମସନଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ସନରାଇଜର୍ସ ଫ୍ୟାନମାନେ ଅପେକ୍ଷା କରିଛନ୍ତି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ ଧାରା ଅବ୍ୟାହତ ରଖିଥିଲେ ହେଁ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ଆଜିର ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ ସନରାଇଜର୍ସ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବା ଆଶା କରାଯାଇପାରେ । ଫାଫ ଡୁ ପ୍ଲେସି ଓ ଦିନେଶ କାର୍ତ୍ତିକଙ୍କ ଫର୍ମ ଓ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସ ଷଷ୍ଠ ବିଜୟ ହାସଲ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ–  ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ସୁୟାଶ ପ୍ରଭାଦେଶାଇ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ (ୱିକେଟ୍ କିପର), ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜୋଶ ହାଜଲେଉଡ, ମହମ୍ମଦ ସିରାଜ।

ସନରାଇଜର୍ସ ହାଇଦ୍ରାବାଦ– ଅଭିଷେକ ଶର୍ମା, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୁରନ (ଓ୍ଵିକେଟ୍ କିପର), ଶଶାଙ୍କ ସିଂ, ଜଗଦୀଶା ସୁଚିଥ, ଭୁବନେଶ୍ୱର କୁମାର, ମାର୍କୋ ଜାନସେନ୍, ଉମ୍ରାନ ମଲିକ, ଟି ନଟରାଜନ।

   Related Posts