ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲା ବୋଲିଂ କୋଚ୍, ପାଟ୍ କମିନ୍ସ ହୋଇ ପାରନ୍ତି ଅଧିନାୟକ

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନ ଆଗାମୀ ସିଜିନରେ ଦଳର ଅଂଶ ବିଶେଷ ରହିବେ ନାହିଁ। ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ଜେମ୍ସ ଫ୍ରାଙ୍କଲିନ ବୋଲିଂ କୋଚ୍ ଦାୟିତ୍ଵ ସମ୍ଭାଳିବେ। ଷ୍ଟେନ ଆଇପିଏଲ୍ ୨୦୨୪ରୁ ଓହରୁଥିବା ନିଜ ନିଷ୍ପତ୍ତି ବିଷୟରେ ଦଳ ପ୍ରବନ୍ଧକଙ୍କୁ ଅବଗତ କରାଇ ଦେଇଛନ୍ତି। ଅନ୍ୟପଟେ ବୋଲିଂ କୋଚ୍ ଭାବେ ଫ୍ରାଙ୍କଲିନଙ୍କ ଏହା ପ୍ରଥମ ଆଇପିଏଲ୍ କାର୍ଯ୍ୟକାଳ।

wp:heading {"level":4}

Also read- ଭାରତ ନିକଟରେ ଆଗାମୀ ୧୫ ମାସରେ ୩ ଆଇସିସି ଟ୍ରଫି ଜିତିବାର ରହିଛି ସୁଯୋଗ, କ’ଣ ଇତିହାସ ରଚିବେ ରୋହିତ ଶର୍ମା !

/wp:heading

କ୍ରିକବଜର ରିପୋର୍ଟ ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକରେ ପରିବର୍ତ୍ତନ କରିପାରେ। ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ୍ ୨୦୨୪ ପୂର୍ବରୁ ଆଡନ ମାରକ୍ରମଙ୍କ ସ୍ଥାନରେ ପାଟ୍ କମିନ୍ସଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇପାରେ। ମାରକ୍ରମଙ୍କ ନେତୃତ୍ଵରେ ସନରାଇଜର୍ସ ହାଇଦ୍ରାବାଦ ଗତ ସଂସ୍କରଣରେ ୧୪ଟି ମ୍ୟାଚ୍‌ରୁ ମାତ୍ର ୪ଟିରେ ବିଜୟ ହାସଲ କରିଥିଲା। ଆଉ ଅଙ୍କ ତାଲିକାରେ ଦଳ ଅନ୍ତିମ ସ୍ଥାନରେ ଥିଲା।

ହେଲେ ଆଡନ ମାରକ୍ରମ ଗତ ମାସରେ ସନରାଇଜର୍ସ ଇଷ୍ଟର୍ଣ୍ଣ କ୍ୟାପ୍‌କୁ ଲଗାତାର ଦ୍ଵିତୀୟ ଥର ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ରେ ଚାମ୍ପିଅନ କରାଇଥିଲେ। କିନ୍ତୁ ପାଟ୍ କମିନ୍ସଙ୍କ ନିକଟ ଅତୀତର ପ୍ରଦର୍ଶନକୁ ଦେଖି ଫ୍ରାଞ୍ଚାଇଜ ଅଧିନାୟକ ପଦ ପରିବର୍ତ୍ତନ କରିପାରେ। ଅଷ୍ଟ୍ରେଲିଆର ଅଧିନାୟକ କମିନ୍ସଙ୍କୁ ନିଲାମରେ ୨୦.୫ କୋଟି ଟଙ୍କା ବ୍ୟୟ କରି ଫ୍ରାଞ୍ଚାଇଜ ନିଜ ଦଳରେ ସାମିଲ୍ କରିଥିଲା। କମିନ୍ସଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଜିତିବା ସହ ଷଷ୍ଠ ଥର ଦିନିକିଆ ବିଶ୍ଵକପ୍ ଟ୍ରଫି ହାସଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.