ଚଳଚ୍ଚିତ୍ର ପରଦା ନୁହେଁ : ଭୋଟର ତାଲିକାରେ ଦୁର୍ଗାବତୀ ହେଲେ ସନି ଲିଅନି

Published By : Prameya-News7 Bureau | August 25, 2018 IST

ବାରଣାସୀର ବାଲିଆ ଜିଲ୍ଲାରେ ସନି ଲିଅନିଙ୍କ ନାଁରେ ଭୋଟର କାର୍ଡ ସରକାରୀ ୱେବସାଇଟରେ ପୁର୍ଣ ସଂସ୍କରଣ ହୋଇଥିବା ଭୋଟର ତାଲିକାରେ ଦେଖିବାକୁ ମିଳିଛି ଏଭଳି ମାରାତ୍ମକ ଭୁଲ | ବିବେକାନନ୍ଦ ମାର୍ଗରେ ରହୁଥିବା ଦୁର୍ଗାବତୀ ସିଂ ନାମକ ମହିଳା ଜଣକଙ୍କ ଭୋଟ ତାଲିକାରେ ମିଳିଛି ତ୍ରୁଟି | ନିଜର ଫୋଟୋ ଜାଗାରେ ବିଶ୍ୱ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାର ସାନି ଲିଅନିଙ୍କ ଫୋଟୋ, ଏବେ ଗଣ ମାଧ୍ୟମରେ ଜୋର ଧରିଛି | କେବଳ ଏତିକି ନୁହେଁ ବିଭିନ୍ନ ପଶୁ ପକ୍ଷୀଙ୍କ ଫୋଟୋ ଥାଇ ବନା ଯାଇଛି ଏମିତି ଅନେକ ଆହୁରି ଭୋଟର ପରିଚୟ ପତ୍ର | କ୍ୟାବିନେଟ ମନ୍ତ୍ରୀ ନିରାଜ ରାୟ ସ୍ଥାନରେ ହାତୀ, କାନୂୱାର ଅଂକୁର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଜାଗାରେ ହରିଣର ଫୋଟୋ ଥିବା ଦେଖିବାକୁ ମିଳିଛି | ଏକଥାକୁ ଅବଶ୍ୟ ଖଣ୍ଡନ କରିପାରିନାହାନ୍ତି ବାଲିଆର ସଦର ବ୍ଲକ ଏସଡ଼ିଏମ ଅଶ୍ୱିନୀ ଶ୍ରୀବାସ୍ତବ | ସେ କହିଛନ୍ତି ଏଭଳି ଗୁରୁତର ତ୍ରୁଟି ପାଇଁ ସଠିକ ଭାବେ ଅପଲୋଡ଼ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି | ଏପରିକି ଡାଟା ଏଣ୍ଟ୍ରି ଅପରେଟର ବିଷ୍ଣୁ ଦାସ ବର୍ମାଙ୍କ ଵିରୋଧରେ ମଧ୍ୟ ମାମଲା ରୁଜ୍ଜୁ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.