ସ୍ବାମୀ ଡାନିୟଲ ଓ ୩ଶିଶୁଙ୍କ ସହ ଆଉଟିଂରେ ବାହାରିଲେ ସନ୍ନୀ ଲିୟନୀ
20/11/2019 at 8:27 AM

ମୁମ୍ବାଇ୨୦|୧୧: ବଲିଉଡ ଅଭିନେତ୍ରୀ ସନ୍ନୀ ଲିୟନୀ କରନଜୀତ କୌର ଭୋରା ନାଁରେ ମଧ୍ୟ ପରିଚିତା। ନିଜର ଆଇଟମ୍ ସଙ୍ଗ ଦ୍ବାରା ସମସ୍ତଙ୍କୁ ପଛରେ ପକାନ୍ତି ବଲିଉଡର ଏହି ହଟ୍ ଅଭିନେତ୍ରୀ।

ତାଙ୍କ ଆଇଟମ୍ ସଂଗ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ସମଗ୍ର ବିଶ୍ବରେ ଲୋକେ ତାଙ୍କ ବୋଲ୍ଡନେସ ପାଇଁ ପାଗଳ। ନିକଟରେ ସନ୍ନୀଙ୍କୁ ସ୍ବାମୀ ଓ ପିଲାଙ୍କ ସହ ସ୍ପଟ୍ କରାଯାଇଛି। ସନ୍ନୀ ନିଜ ଝିଅ ନିଶା, ନୋହ ଓ ପୁଅ ଅଶରଙ୍କୁ ନେବା ପାଇଁ ପ୍ଲେ ସ୍କୁଲ ଯାଇଥିଲେ।

ସନ୍ନୀ ଓ ଡାନିୟଲଙ୍କ ଜବରଦସ୍ତ କେମିଷ୍ଟ୍ରିରୁ କାହାର ନଜର ହଟୁନଥିଲା। ଏଥିପାଇଁ ତାଙ୍କର ଅନେକ ଫଟୋଶୁଟ୍ କରାଯାଇଥିଲା। କାଜୁଆଲ ଲୁକ୍ରେ ମଧ୍ୟ ସନ୍ନୀ ବହୁତ ସୁନ୍ଦର ଲାଗୁଥିଲେ। ସନ୍ନୀ ଓ ଡାନିୟଲ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସନ୍ନୀ ନିଜ ଛୁଆଙ୍କୁ ନେଇ ବହୁତ ପ୍ରଟେକ୍ଟିଭ ରୁହନ୍ତି।