ଅନ୍ତର୍ଜାତୀୟ ମହିଳା ଦିବସରେ ଭିଡିଓ ସେୟାର କରି ନୀଜର କଷ୍ଟ ଜଣାଇଲେ ସନ୍ନୀ ଲିୟୋନୀ, କହିଲେ ଆୱାର୍ଡ ଶୋ’ ରୁ ମୋତେ ବହିଷ୍କୃତ କରାଯାଇଥିଲା

Published By : Prameya-News7 Bureau | March 09, 2021 IST

ମୁମ୍ବାଇ ୦୯/୦୩ :  ଅଭିନେତ୍ରୀ ସନ୍ନୀ ଲିୟୋନୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ତାଙ୍କ ଜୀବନ ଯାତ୍ରା ବିଷୟରେ କହିଛନ୍ତି ।  ଏହି ଭିଡିଓ ମାଧ୍ୟମରେ ସନ୍ନୀ ଲିୟୋନୀ ଏକ ବାର୍ତ୍ତା ଦେଇଛନ୍ତି ।  ଯଦିଓ ସନ୍ନୀ ଲିୟୋନୀ ଭିଡିଓରେ ତାଙ୍କ ଜୀବନର ଯାତ୍ରାକୁ ଏକ ମଜାଳିଆ  ଢଙ୍ଗରେ ଉପସ୍ଥାପନ କରିଛନ୍ତି, କିନ୍ତୁ ଏହି ଭିଡିଓର କ୍ୟାପସନ୍ ଦେଖିଲେ ତାଙ୍କ ଜୀବନ କେତେ କଷ୍ଟସାଧ୍ୟ ତାହା ସହଜରେ ଜଣା ପଡିଯାଉଛି । ସନ୍ନୀ ଲିୟୋନୀ ଏହି ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ୨୧ ବର୍ଷ ବୟସରେ ତାଙ୍କୁ ଅତି ନିନ୍ଦନୀୟ ଇମେଲ ମିଳିଥିଲା, ଲୋକମାନେ ତାଙ୍କ ଉପରେ ସେକ୍ସିଷ୍ଟ କମେଣ୍ଟ କରୁଥିଲେ , ତାଙ୍କ ଡ୍ୟାନ୍ସ ଷ୍ଟେପ୍ କୁ  ସମାଲୋଚନା କରୁଥିଲେ ଏବଂ ଇଣ୍ଡଷ୍ଟ୍ରି କମ୍ୟୁନିଟିରୁ କୌଣସି ଅଫର୍ କିମ୍ବା ସପୋର୍ଟ ମିଳି ନଥିଲା । ଏପରିକି ତାଙ୍କୁ ଆୱାର୍ଡ ଶୋ’ରୁ ବହିଷ୍କାର କରାଯାଇଥିଲା । ତଥାପି ସେ ହାରି ନଯାଇ ଜୀବନରେ ଆଗକୁ ବଢିଥିଲେ ।

Sunny Leone bikini photo | [PHOTO INSIDE] Sunny Leone looks too hot to  handle in blue bikini; fans scream 'wow'

ଭିଡିଓର କ୍ୟାପସନରେ ସେ ତାଙ୍କ ଲଭ୍ ଲାଇଫ୍ ବିଷୟରେ କହିଛନ୍ତି  ଆଜି ତାଙ୍କ ପାଖରେ ସବୁଠାରୁ ସୁନ୍ଦର ପରିବାର ଅଛି ଏବଂ ସେ ନିଜର ମେକଅପ୍ ଲାଇନ୍ ସହିତ ଜଣେ ସଫଳ ବିଜନେସ୍ଓମେନ୍ ।  ଭିଡିଓ ଶେଷ କରିବା ପୂର୍ବରୁ ଏହା କହିଛନ୍ତି , ଯାହା କିଛି ହୋଇପାରିଛନ୍ତି ତାହା ଉପରେ ସେ ଆଜି ଗର୍ବିତ କାରଣ ସେ ଜଣେ ଆତ୍ମନିର୍ଭରଶୀଳ ମହିଳା ।

Sunny Leone wishes happy birthday to husband Daniel Weber, see pics from  the celebration | Celebrities News – India TV

ସନ୍ନୀ ଆଉ ଏକ ଭିଡିଓ ସେୟାର କରି ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭ କାମନା ଦେଇଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, ଆନ୍ତର୍ଜାତୀୟ ମହିଳା ଦିବସ, @ ମୋଜିଣ୍ଡିଆ ଆପଣଙ୍କର ରିୟଲ୍ ସେଲ୍ଫକୁ ପ୍ରକାଶ କରିବାକୁ ଏକ ଅଭିଯାନ # ଅନ୍ଫିଲ୍ଟର୍ରଡ୍ ଆରମ୍ଭ କରିଛି! ମୁଁ ମୋର କାହାଣୀ ସେୟାର କରିଛି, ବର୍ତ୍ତମାନ ଆପଣମାନେ ନିଜର କାହାଣୀ ସେୟାର କରନ୍ତୁ ।

Sunny Leone Oozes Oomph And Sensuality at The Launch of Her Makeup Line in  Abu Dhabi | India.com

ଇଣ୍ଡୋ କାନାଡିଆନ ଅଭିନେତ୍ରୀ ସନ୍ନୀ ଲିୟୋନୀ ଏବେ ବଲିଉଡରେ ନିଜର ପରିଚୟ ,ସୃଷ୍ଟି କରିପାରିଛନ୍ତି । ସନ୍ନୀ ୨୦୧୨ ରେ ବଲିଉଡରେ ଡେବ୍ୟୁ କରିଥିଲେ ।  ସେ ପୂଜା ଭଟ୍ଟଙ୍କ ଇରୋଟିକ୍ ଥ୍ରୀଲର 'ଜିସ୍ମ୍ ୨' ସହିତ ଫିଲ୍ମରେ ଏଣ୍ଟ୍ରି କରିଥିଲେ ।  ସନ୍ନୀ ରାଗିଣୀ ଏମଏମଏସ ୨, ଏକ ପାହେଲି ଲୀଲା, ତେରା ଇନ୍ତିଯାର ଭଳି ୱେଟ ଭଳି ଫିଲ୍ମରେ କାମ କରିଛନ୍ତି । ଖୁବ୍ ଶୀଘ୍ର ଆକ୍ସନ୍ ସିରିଜ୍ 'ଅନାମିକା'ରେ ସନ୍ନୀ ଲିୟୋନୀଙ୍କୁ ଦେଖିବାକୁ ମିଳିବ । ଏହି ସିରିଜ୍ କୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଉଛନ୍ତି, ଫ୍ୟାନ୍ସମାନେ ସନ୍ନୀଙ୍କ ଆକ୍ସନ୍ ଅବତାରକୁ ଅପେକ୍ଷାର ସହିତ ଚାହିଁ ରହିଛନ୍ତି  । ସନ୍ନୀ ହରର କମେଡି ଫିଲ୍ମ 'କୋକା କୋଲା', 'ରଙ୍ଗୀଲା' ଏବଂ 'ବିରାମାଦେବୀ'ରେ ମଧ୍ୟ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.