ବାରଣାସୀରେ ବାବା ବିଶ୍ଵନାଥ୍‌ଙ୍କ ଦର୍ଶନ କଲେ ସନ୍ନି ଲିଓନି, କହିଲେ- ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି…

Published By : Prameya-News7 Bureau | November 17, 2023 IST

ମୁମ୍ଵାଇ ୧୭।୧୧: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସନ୍ନି ଲିଓନି। ନିକଟରେ ସେ ବାରାଣାସୀରେ ପହଞ୍ଚିଥିଲେ। ଯେଉଁଠାରେ ବାବା ବିଶ୍ୱନାଥଙ୍କ ଦର୍ଶନ କରିବା ସହିତ ସେ ଗଙ୍ଗା ଆଳତୀରେ ଭାଗ ନେଇଥିଲେ, ଯାହାର ଭିଡିଓ ସନ୍ନି ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ବ୍ୟତୀତ କାଶୀ ଯାତ୍ରାର ଅଭିନେତ୍ରୀଙ୍କ ଅନେକ ଫଟୋ-ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଭିନେତ୍ରୀ ଆଇଏଏସ୍ ଅଭିଷେକ ସିଂଙ୍କ ସହ ନଜର ଆସିଛନ୍ତି। ଯାହାକୁ ବହୁତ ପସନ୍ଦ କରାଯାଉଛି । ଅଭିନେତ୍ରୀ ଗଣମାଧ୍ୟମକୁ କହିଥିଲେ ସେ ଧାର୍ମିକ ଚଳଚ୍ଚିତ୍ରରେ କାମ କରିବାକୁ ଇଚ୍ଛା ପ୍ରକାଶ ରଖିଛନ୍ତି।

ବର୍ତ୍ତମାନ ଅଭିନେତ୍ରୀ ମ୍ୟୁଜିକ୍ ଆଲବମ୍ ର ପ୍ରମୋସନ ପାଇଁ ଆଇଏଏସ୍ ଅଭିଷେକ ସିଂଙ୍କ ସହ ବାରାଣାସୀରେ ପହଞ୍ଚିଥିଲେ । ଯେଉଁଠାରେ ଅଭିନେତ୍ରୀ କହିଛନ୍ତି, 'ଯେକୌସି କାମ କରିବାକୁ ଆଗ୍ରହ ରହିବା ଉଚିତ୍ । ହୃଦୟରୁ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ଭଲ । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି, 'ଯଦି ମୋତେ ସୁଯୋଗ ମିଳେ, ମୁଁ ଧାର୍ମିକ ଚଳଚ୍ଚିତ୍ରରେ ମଧ୍ୟ କାମ କରିବି, କିନ୍ତୁ ଏହିପରି ଚଳଚ୍ଚିତ୍ର ଗୁଡିକ ଭାବି ଚିନ୍ତି କରବା ଉଚିତ୍'।

wp:html
/wp:html

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, 'ତାଙ୍କର ଫିଲ୍ମରେ କାମ କରିବାର ଇଚ୍ଛା ଆରମ୍ଭରୁ ଥିଲା । କିନ୍ତୁ  ସୁଯୋଗ ପାଇନଥିଲେ । 'ଜୀବନରେ ସ୍ୱପ୍ନ ଦେଖିବା ଉଚିତ୍ ଏବଂ ସେଗୁଡିକ ପୂରଣ କରିବା ପାଇଁ ମଧ୍ୟ ଉଦ୍ୟମ କରିବା ନିହାତି ଆବଶ୍ୟକ। ସନ୍ନି ତାଙ୍କ ବାରାଣାସୀ ଯାତ୍ରାକୁ ନେଇ ବହୁତ ଉତ୍ସାହିତ। ଯାହା ଭାଇରାଲ ହେଉଥିବା ଭିଡିଓରୁ ଦେଖିବାକୁ ମିଳିଛି।

wp:embed {"url":"https://www.prameyanews7.com/is-katrina-kaif-is-pregnant-fans-notice-baby-bump/","type":"wp-embed","providerNameSlug":"prameya-news-7"}
https://www.prameyanews7.com/is-katrina-kaif-is-pregnant-fans-notice-baby-bump/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.