ସନ୍ନୀ ଲିୟନୀଙ୍କ ଭାଲେଣ୍ଟାଇନ୍ ଡେ’ ପ୍ଲାନ୍ କଣ? ଜାଣନ୍ତୁ
9/02/2020 at 11:25 AM

ମୁମ୍ବାଇ୯|୨: ବଲିଉଡ ଅଭିନେତ୍ରୀ ସନ୍ନୀ ଲିୟନୀ କରନଜୀତ କୌର ଭୋରା ନାଁରେ ମଧ୍ୟ ପରିଚିତ। ନିଜର ଆଇଟମ୍ ସଙ୍ଗ ଦ୍ବାରା ସମସ୍ତଙ୍କୁ ପଛରେ ପକାନ୍ତି ବଲିଉଡର ଏହି ହଟ୍ ଅଭିନେତ୍ରୀ। ତାଙ୍କ ଆଇଟମ୍ ସଂଗ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ସମଗ୍ର ବିଶ୍ବରେ ଲୋକେ ତାଙ୍କ ବୋଲ୍ଡନେସ ପାଇଁ ପାଗଳ। ନିକଟରେ ସନ୍ନୀଙ୍କୁ ସ୍ବାମୀ ଓ ପିଲାଙ୍କ ସହ ସ୍ପଟ୍ କରାଯାଇଛି।

ସନ୍ନୀ ଓ ତାଙ୍କ ସ୍ବାମୀ ଡାନିୟଲଙ୍କ ଜବରଦସ୍ତ କେମିଷ୍ଟ୍ରିରୁ କାହାର ନଜର ହଟେ ନାହିଁ। ଏହି ଦମ୍ପତ୍ତି ଏକ ସ୍ପେସିଆଲ ବଣ୍ଡ ସେୟାର କରନ୍ତି। ନିକଟରେ ଏହି ଯୋଡି ତଥା ସନ୍ନୀ ଓ ଡାନିୟଲ ନିଜ ଭାଲେଣ୍ଟାଇନ୍ ପ୍ଲାନ୍ ସେୟାର କରିଛନ୍ତି।

ଏକ ସାକ୍ଷାତକାରରେ ଡାନିୟଲ କହିଛନ୍ତି ଯେ, ସେଦିନ ସେ ଢାକାରୁ ଫେରିବା ପରେ ସନ୍ନୀଙ୍କୁ ଡିନର ପାଇଁ ନେଇ ଯିବେ। ଡାନିୟଲ ସେଦିନ ସନ୍ଧ୍ୟାରେ ଫେରିବେ ଏଥିପାଇଁ ସନ୍ନୀ ସେଦିନ ଅଧା ସମୟ ନିଜ ତିନି ସନ୍ତାନଙ୍କ ସହ ବିତାଇବେ।

ସନ୍ନୀଙ୍କ ଅନୁସାରେ ବିବାହ ସମ୍ପର୍କରେ ପ୍ରେମର ଅର୍ଥ ହେଉଛି ସୁଖ ଜୀବନ। ଯେଉଁଥିରେ ଉଭୟ କୌଣସି ତ୍ୟାଗ କରୁନଥିବେ ଓ ପରସ୍ପରଙ୍କୁ ଭଲ ଭାବେ ବୁଝୁଥିବେ। ସନ୍ନୀ ଓ ଡାନିୟଲ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜ ଦାମ୍ପତ୍ୟ ଜୀବନରେ ବେଶ ଖୁସି ମଧ୍ୟ ଅଛନ୍ତି। ସନ୍ନୀ ନିଜ ଛୁଆଙ୍କୁ ନେଇ ବହୁତ ପ୍ରଟେକ୍ଟିଭ ରୁହନ୍ତି।