ଆସନ୍ତା ବର୍ଷ ନିର୍ବାଚନ ଲଢିବେନି ସନି ଦେଓଲ, କହିଲେ ରାଜନୀତି ନୁହେଁ ଅଭିନେତା ହିସାବରେ କରିବି ସେବା

Published By : Prameya-News7 Bureau | August 22, 2023 IST

ମୁମ୍ୱାଇ ୨୨/୦୮: ଏବେ ସବୁଠି ଗଦର ମାନିଆ । ସନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର-୨କୁ ନେଇ ସବୁଠି ପ୍ରଶଂସା । ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରୁଛି ଫିଲ୍ମ । ତେବେ ଅଭିନେତା ପୂର୍ବରୁ ସନ୍ନି ଦେଓଲ ଜଣେ ସାଂସଦ ମଧ୍ୟ । ପଞ୍ଜାବ ଗୁରୁଦାସପୁର ସାଂସଦ ଅଛନ୍ତି ସନି ଦେଓଲ । ହେଲେ ଏବେ କିନ୍ତୁ ସେ ଏମିତି କିଛି କହିଛନ୍ତି ଯାହକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ଗୋଟିଏ ସାକ୍ଷାତକାରରେ ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଆଉ ନିର୍ବାଚନ ଲଢିବେନି । ଏଣିକି ଜଣେ ଅଭିନେତା ହିସାବରେ କରିବେ ସେବା । ସନି ଦେଓଲ ଏକ ଇଂଟରଭ୍ୟୁରେ କହିଛନ୍ତି, ଆସନ୍ତା ୨୦୨୪ ନିର୍ବାଚନ ଲଢିବେ ନାହିଁ । ସେ କହିଛନ୍ତି, ସାଂସଦ ପଦ ପାଇଁ ମୁଁ ଆଉ ପ୍ରାର୍ଥୀ ହେବିନି । ଅଭିନୟ ହିଁ ମୋ ପାଇଁ ନିର୍ବାଚନ । ଆଉ ମୁଁ ଅଭିନୟର ହିଁ ପ୍ରାର୍ଥୀ । ଦେଶ ସେବା କରିବା ପାଇଁ ମତେ ରାଜନୀତି କରିବାର ଆବଶ୍ୟକତା ନାହିଁ । ମୁଁ ଅଭିନେତା ହିସାବରେ ହିଁ ଦେଶ ସେବା କରିବି । ଏକା ସାଙ୍ଗରେ ରାଜନୀତିରେ ରହି ଦେଶ ସେବା କରିବା ଏବଂ ଫିଲ୍ମ କରିବା ଏକ ପ୍ରକାର ଅସମ୍ଭବ । ଗୋଟିଏ ସମୟରେ ଗୋଟିଏ କାମ ହିଁ କରାଯାଇପାରିବ ।

wp:embed {"url":"https://www.prameyanews7.com/bank-withdraws-auction-notice-against-sunny-deols-villa-after-akshay-kumar-steps-up-to-help-the-gadar-2-actor-state-reports/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bank-withdraws-auction-notice-against-sunny-deols-villa-after-akshay-kumar-steps-up-to-help-the-gadar-2-actor-state-reports/
/wp:embed

ମୁଁ ଯେଉଁ ଆଶା ନେଇ ରାଜନୀତିକୁ ଆସିଥିଲି, ତା ଅଭିନେତା ଭାବେ ବି ପୂରା କରିପାରିବି । ତେଣୁ ମତେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢିବାର ନାହିଁ । ରାଜନୀତିକୁ ନେଇ ସନି ଦେଓଲ ଆହୁରି ମଧ୍ୟ କହିଛନ୍ତି କି, ଅଭିନେତା ହିସାବରେ ମୋ ମନ ଯାହା କୁହେ ମୁଁ ତା’ କରୁଛି । କିନ୍ତୁ ରାଜନୀତିରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପୂରା ନକରିପାରିଲେ ତାହା ମତେ ବରଦାସ୍ତ ହେଉନାହିଁ । ତେଣୁ ମୁଁ ରାଜନୀତି ଦୁନିଆ ଛାଡି ଅଭିନୟ ଦୁନିଆରେ ହିଁ ରହିବାକୁ ଚାହୁଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.