କେମିତି ଦେଖାଯାଏ ସନ୍ନିଙ୍କ ବଙ୍ଗଳା, କାହିଁକି ହେଉଛି ନିଲାମ ? ବିବାଦରେ କେତେ ରହିଛି ସତ୍ୟତା ?
22/08/2023 at 2:31 PM

ମୁମ୍ବାଇ ୨୨।୦୮: ବଲିଉଡ୍ ଷ୍ଟାର ସନ୍ନି ଦେଓଲ୍ । ଫିଲ୍ମ ଗଦର-୨ ପାଇଁ ବେଶ୍ ଚର୍ଚ୍ଚାରେ । ତାଙ୍କ ଫିଲ୍ମ ରିଲିଜ୍ର ୧୦ ଦିନ ପରେ କରୁଛି ଧମାଲ୍ । ଅନେକ ଫିଲ୍ମର ଭାଙ୍ଗୁଛି ରେକର୍ଡ । ଏହି ଫିଲ୍ମ ବ୍ୟତୀତ ସନ୍ନି ଏବେ ଅନ୍ୟ ଏକ କାରଣରୁ ଚର୍ଚ୍ଚାରେ ରହିଛନ୍ତି । ଏହି ଖବରଟି ହେଉଛି ସନ୍ନିଙ୍କ ଆଲିସାନ୍ ମୁମ୍ବାଇ ସ୍ଥିତ ଆଲିସାନ୍ ବଙ୍ଗଳା ନିଲାମ ହେବାକୁ ଯାଉଛି । ତେବେ କାହିଁକି ନିଲାମ ହେଉଛି ସନ୍ନିଙ୍କ ବଙ୍ଗଳା । କାହିଁକି ବିବାଦ ଘେରକୁ ଆସିଛି ଏହି ବଙ୍ଗଳା ସନ୍ନି ଦେଓଲଙ୍କ ଏହି ବଙ୍ଗଳା । ସନ୍ନିଙ୍କ ବଙ୍ଗଳାର ନାଁ ହେଉଛି ସନ୍ନି ବିଲ୍ଲା । ଇଣ୍ଟଷ୍ଟ୍ରିରେ ଏହି ବଙ୍ଗଳା ସନ୍ନି ସୁପର ସାଉଣ୍ଡ ଭାବେ ପରିଚିତ ।

() ସନ୍ନି ବିଲ୍ଲା ଜୁହୁ ସମୁଦ୍ରକୂଳରେ ରହିଛି । ଏହା ପାଖରେ ଶିଳ୍ପା ଶେଟ୍ଟୀ, ଶ୍ରଦ୍ଧା କପୁର, ପଦ୍ମୀନି କୋହ୍ଲାପୁରୀ ଏବଂ ଗୋବିନ୍ଦାଙ୍କ ପରି କଳାକାରଙ୍କ ଘର ରହିଛି । ସନ୍ନି ସୁପର ସାଉଣ୍ଡରେ ପ୍ରାୟ ୫୦ ବର୍ଷ ପୂର୍ବେ ଧର୍ମେନ୍ଦ୍ର ଫିଲ୍ମ ପ୍ରତିଜ୍ଞା ନିର୍ମିତ ହୋଇଥିଲା। ଜୁହୁରେ ସନ୍ନି ସୁପର ସାଉଣ୍ଡ ଫିଲ୍ମ ବ୍ୟକ୍ତିତ୍ୱଙ୍କ ପାଇଁ ବ୍ୟକ୍ତିଗତ ସ୍କ୍ରିନିଂ ପାଇଁ ଏକ ସ୍ଥାନ । ଏଠାରେ ସମସ୍ତ ଫିଲ୍ମର ସ୍କ୍ରିନିଂ ହୋଇଥାଏ । ଏହି ବଙ୍ଗଳାରେ ସନ୍ନିଙ୍କ ନିଜର ଡବିଂ ଷ୍ଟୁଡିଓ ମଧ୍ୟ ଅଛି । ଯେଉଁଠାରେ ଅଧିକାଂଶ ଫିଲ୍ମର ଡବିଂ ମଧ୍ୟ କରାଯାଇଥାଏ । ସନ୍ନିଙ୍କ ଏହି ବଙ୍ଗଳା ୫ ମହଲା ବିଶିଷ୍ଠ । ଏହା ୬୦୦ ବର୍ଗମିଟରେ ରହିଛି । ଏଥିରେ ବେସମେଣ୍ଟ, ଫିଲ୍ମ ଥିଏଟର, ପ୍ରଡକ୍ସନ୍ ଅଫିସ୍ ଏବଂ ଟେରସ୍ ଗାର୍ଡେନ ମଧ୍ୟ ରହିଛି ।

() ତେବେ କାହିଁକି ହେଉଛି ବଙ୍ଗଳାକୁ ନେଇକି ବିବାଦ ? ଖବର ଅନୁଯାୟୀ ୨୬ ଡିସେମ୍ବର ୨୦୨୨ରେ ସୁଦ୍ଧା ସନ୍ନି ଦେଓଲଙ୍କୁ ୫୬ କୋଟିର କରଜ ସୁଝିବାର ଥିଲା । କିନ୍ତୁ ସନ୍ନି ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ । ଏହି କାରଣରୁ ବ୍ୟାଙ୍କ ବଙ୍ଗଳାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଏହି ନିଲାମ ୫୧ କୋଟି ୪୩ ଲକ୍ଷରୁ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି । ଏହି ଲୋନରେ ପିତା ଧର୍ମେନ୍ଦ୍ର ଏବଂ ସାନଭାଇ ବବି ଦେଓଲ ଗ୍ୟାରେଣ୍ଟର ରହିଛନ୍ତି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୫ ତାରିଖରେ ହେବ ।

() ବ୍ୟାଙ୍କ ଅଫ୍ ବରୋଦା ରବିବାର ଦିନ ଏକ ଜାତୀୟ ଖବରକାଗଜରେ ସନି ଦେଓଲଙ୍କ ବଙ୍ଗଳା ସନ୍ନି ଭିଲ୍ଲା ନିଲାମ କରିବାକୁ ବିଜ୍ଞାପନ ଦେଇଥିଲା । କୁହାଯାଉଛି ଯେ ଏହି ଆଲିସାନ୍ ବଙ୍ଗଳାକୁ ବନ୍ଧକ କରି ସନ୍ନି ଦେଓଲ ୨୦୧୬ରେ ବ୍ୟାଙ୍କ ଅଫ୍ ବରୋଦା ଠାରୁ ଋଣ ନେଇଥିଲେ। କିନ୍ତୁ ଡିସେମ୍ବର ୨୦୨୨ ପରଠାରୁ ସେ କୌଣସି କିସ୍ତି ଦେଇନାହାନ୍ତି । ଏହି ନିଲାମ ପାଇଁ ବ୍ୟାଙ୍କ ଅଫ୍ ବରୋଦା ଖବରକାଗଜରେ ବିଜ୍ଞାପନ ଦେଇଥିଲା। କିନ୍ତୁ ବୈଷୟିକ କାରଣ ଦର୍ଶାଇ ସୋମବାରର ବିଜ୍ଞାପନରେ ନିଲାମକୁ ସ୍ଥଗିତ ରଖିବାକୁ କୁହାଯାଇଛି ।
You Can Read: