ଏମାନଙ୍କ ସହ ଟକ୍କର ନେବାକୁ ଡରନ୍ତି ସମସ୍ତେ, ଜାଣନ୍ତୁ ବଲିଉଡର ୫ ରାଗି ଅଭିନେତାଙ୍କ ବିଷୟରେ…
10/03/2023 at 4:47 PM

ବଲିଉଡରେ ଏପରି ଷ୍ଟାର ଅଛନ୍ତି, ଯେଉଁମାନେ ନିଜ ରାଗକୁ ନେଇ ସବୁବେଳେ ଚର୍ଚ୍ଚିତ । ପ୍ରାୟତଃ ସମସ୍ତେ ଜାଣିଥିବେ ବା ଶୁଣିଥିବେ ରାଗି ଅଭିନେତା ହେଉଛନ୍ତି ସଲମାନ ଖାନ । କିନ୍ତୁ ତାଙ୍କ ବ୍ୟତୀତ ବି ଟାଉନରେ ଏମିତି ଅନେକ ଅଭିନେତା ଅଛନ୍ତି ଯେଉଁମାନେ କି ନିଜ ବାସ୍ତବ ଜୀବନରେ ବହୁତ ରାଗି । ଆସନ୍ତୁ ଜାଣିବା ବଲିଉଡର ସବୁଠାରୁ ରାଗି ତାରକାମାନଙ୍କ ବିଷୟରେ ।

ତାଲିକାର ସର୍ବପ୍ରଥମେ ରହିଛନ୍ତି ସନ୍ନି ଦେଓଲ । ସେ ତାଙ୍କର ଅଧିକାଂଶ ଫିଲ୍ମରେ ଆକ୍ସନ୍ ହିରୋ ଭାବେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଖୁବ୍ ରାଗି ଅଟନ୍ତି ସନ୍ନି ଦେଓଲ୍ । ମିଡିଆ ରିପୋର୍ଟ ଅନୁଯାୟୀ, ସନ୍ନିଙ୍କ ଘନିଷ୍ଠ ବନ୍ଧୁମାନେ ମଧ୍ୟ ତାଙ୍କ ରାଗଠାରୁ ଦୂରେଇ ରହିବାକୁ ବେଶ୍ ଚେଷ୍ଟା କରିଥାନ୍ତି ।

ଏହାପଛକୁ ଅଛନ୍ତି ବଲିଉଡର ସଞ୍ଜୁ ବାବା ଅର୍ଥାତ୍ ସଞ୍ଜୟ ଦତ୍ତ । ତାଙ୍କ ରାଗ ବିଷୟରେ ପ୍ରାୟ ସମସ୍ତେ ଅବଗତ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଞ୍ଜୟ କାହାକୁ ଡରନ୍ତି ନାହିଁ । ସେ ଯେତେବେଳେ ବି ରାଗନ୍ତୁ ସେ କାହା କଥା ଶୁଣିବାକୁ ଆଦୌ ପସନ୍ଦ କରନ୍ତି ନାହିଁ ।

ବଲିଉଡର ଦିଗ୍ଗଜ ଅଭିନେତା ନାନା ପାଟେକର । କହିବାକୁ ଗଲେ ଏହି ତାଲିକାର ଏକ ଅଂଶ ହେଉଛନ୍ତି ନାନା । କୁହାଯାଏ ଯେ ଯେତେବେଳେ ନାନା ରାଗିଯାଆନ୍ତି, ସେତେବେଳେ କେହି ତାଙ୍କୁ କଣ୍ଟ୍ରୋଲ୍ କରିପାରନ୍ତି ନାହିଁ । ଅର୍ଥାତ୍ ତାଙ୍କ ରାଗରୁ ବଞ୍ଚିବା କଷ୍ଟକର ହୋଇପଡେ ।

ନିଜ ରାଗ ଯୋଗୁଁ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହିଛନ୍ତି ବଲିଉଡର ଭାଇଜାନ । ବଲିଉଡର ଦବଙ୍ଗଖାନଙ୍କୁ କେହିବି ରଗେଇବା ଚାହଁନ୍ତିନି । ଯଦି ସେ ଥରେ ରାଗିଯାନ୍ତି, ତେବେ ସେ କାହାକୁ ବି କ୍ଷମା କରନ୍ତି ନାହିଁ । ତାଙ୍କ ସହ କୌଣସି କଳାକାର ପଙ୍ଗା ନେବାକୁ ଚାହାଁନ୍ତିନି ।

ଏହି ଲିଷ୍ଟରେ ଅଛନ୍ତି ସବୁବେଳେ ଚୁପଚାପ୍ ରହୁଥିବା ଅଜୟ ଦେବଗାନ୍ । ବଲିଉଡର ଏହି ସିଙ୍ଗମ୍ ଷ୍ଟାରଙ୍କୁ ସବୁବେଳେ ଗମ୍ଭୀର ଥିବା ଦେଖାଯାନ୍ତି । କିନ୍ତୁ ସେ ତାଙ୍କ ବାସ୍ତବ ଜୀବନରେ ଖୁବ୍ ରାଗି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଅଜୟ ରାଗିଯାନ୍ତି, ସେତେବେଳେ ତାଙ୍କୁ ବୁଝେଇବା ପ୍ରାୟ ଅସମ୍ଭବ । ତେଣୁ ଅଜୟଙ୍କୁ କେହି ବି ରଗେଇବାକୁ ଚେଷ୍ଠା କରନ୍ତି ନାହିଁ