ଗୁର୍ଦାସପୁର ଆସନରୁ ସନ୍ନି ଦେଓଲ ଆଗୁଆ : ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହର

Published By : Prameya-News7 Bureau | May 23, 2019 IST

ପଞ୍ଜାବ ଗୁର୍ଦାସପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିବା ଫିଲ୍ମ ଅଭିନେତା ସନ୍ନି ଦେଓଲ ଆଗୁଆ ଅଛନ୍ତି । ଏହି ଆସନରୁ ସନ୍ନିଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ସୁନୀଲ ଜାଖଡ଼ ଏବଂ ଆପର ପିଟର ମାସିହଙ୍କୁ କଡା ଟକ୍କର ଦେଉଛନ୍ତି । ସନ୍ନି ଦେଓଲଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସନ୍ନି ଦେଓଲ ଆଗୁଆ ଥିବା ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ୟୁଜର୍ସ ସନ୍ନି ଦେଓଲଙ୍କୁ ବିଜୟୀ ଘୋଷଣା କରିଦେଲେଣି । ସୋସିଆଲ ମିଡିଆରେ ସନ୍ନିଙ୍କ ଅନେକ ମେମେ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.