ସନି ଦେଓଲ ଗାଏବ… ଗୁରୁଦାସପୁର ସାଂସଦଙ୍କ ନିରବତା ନେଇ ପ୍ରଶ୍ନ କଲେ କୃଷକ, କହିଲେ- ରିଲ୍ର ଆକ୍ସନ ହିରୋଙ୍କୁ ରିୟଲ ବଏକଟର ଆସିଛି
3/10/2020 at 5:07 PM

ଚଣ୍ଡିଗଡ଼ ୦୩/୧୦: ସଂସଦରେ ନୂତନ କୃଷି ବିଲ ପାସ୍ ହେବା ପରେ ଏହା ବିରୋଧରେ ସବୁଠୁ ଅଧିକ ବିରୋଧ ପ୍ରଦର୍ଶନ କରିଛନ୍ତି ପଞ୍ଜାବ ଓ ହରିଆଣା ଚାଷୀ। ମାତ୍ର ଚାଷୀଙ୍କ ଏ ଆନ୍ଦୋଳନରେ ଯେଉଁଭଳି ଭାବେ ପଞ୍ଜାବର ଗୁରଦାସପୁରର ବିଜେପି ସାଂସଦ ସନି ଦେଓଲ ସମର୍ଥନ କଲେ ନାହିଁ ତାକୁ ନେଇ ଚାଷୀମାନେ କ୍ରୋଧ ବ୍ୟକ୍ତ କରିଛନ୍ତି।
ଚାଷୀ ମାନେ ରିଲର ଆକ୍ସନ ହିରୋ ସନି ଦେଓଲଙ୍କୁ ସାମାଜିକ ବହିଷ୍କାର କରିବା ଘୋଷଣା କରିଛନ୍ତି। ନୂଆ କୃଷି ଉପରେ ସବୁଠୁ ଅଧିକ ପ୍ରଭାବିତ ପଞ୍ଜାବର ଚାଷୀ ହୋଇଛନ୍ତି। ମାତ୍ର ଯେଉଁଭଳି ଭାବେ ଚାଷୀଙ୍କୁ ସନି ସମର୍ଥନ କଲେ ନାହିଁ ଏବେ ତାଙ୍କୁ ବଏକଟ୍ କରିବା ଘୋଷଣା କରିଛନ୍ତି। ଏପରିକି ମନସା ଜିଲ୍ଲା ସ୍ଥିତ ବୁଧଲଡ଼ା ମଣ୍ଡିରେ ସନିଙ୍କୁ ପ୍ରବେଶ କରାଇ ଦେବେ ନାହିଁ କହିଛନ୍ତି।
ତେବେ ଏହା ଉପେର ବିଜେପି ସମର୍ଥନରେ ଟ୍ବିଟ୍ ଓ ରିଟ୍ବିଟ୍ କରି ଚାଲିଛନ୍ତି ସନି। ଅର୍ଥାତ କୃଷି ବିଲ ଉପରେ କୃଷକ ମାନେ ଲାଭାନ୍ବିତ ହେବେ ବୋଲି ସେ ମତ ରଖୁଛନ୍ତି। କେବଳ ଏତିକି ନୁହେଁ ସେପ୍ଟେମ୍ବର ୨୦ରେ ପିଏମ ମୋଦି କରିଥିବା କୃଷି ବିଲକୁ ମଧ୍ୟ ସେ ରିଟ୍ବିଟ୍ କରିଛନ୍ତି। ତେବେ ଏଥିରେ କୃଷକ ନେତା କିନ୍ତୁ ଖୁସି ହୋଇ ନାହାନ୍ତି। ତାଙ୍କୁ ବଏକଟ୍ କରିବା ସହ ତାଙ୍କ ଗୁରୁଦାସପୁର ଅଫିସ ବାହାରେ ଧାରଣା ଦେବା ମଧ୍ୟ ଆୟୋଜନ ହେଉଛି। କେବଳ ଏତିକି ନୁହେଁ ଏହା ସହ ସେମାନେ ରାଜ୍ୟର ବିଜେପି ସଭାପତି ଅଶ୍ବିନୀ ଶର୍ମା ଓ ପଞ୍ଜାବ ସାଂସନ ସୋମ ପ୍ରକାଶଙ୍କୁ ବଏକଟ୍ କରିବେ।

ଏହି ମାସ ପୂର୍ବରୁ ଦେଓଲ ତାଙ୍କ ଲୋକସଭା ଇଲାକା ପରିଦର୍ଶନ କରି ଦୁଇ ଜିଲ୍ଲା ଗୁରୁଦାସପୁର ଓ ପଠାନକୋଟ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ପଠାନକୋଟର ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ଦୀର୍ଘ ସମୟ ଆଲୋଚନା ହୋଇଥିଲା। କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ବାବଦରେ ଆଲୋଚନା କରିଥିଲେ।
ଏହା ସହ ପଠାନକୋଟ୍ ଓ ଗୁରୁଦାସପୁରରେ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବା ବାବଦରେ ବି ଆଲୋଚନା କରିଛନ୍ତି। ଅବଶ୍ୟ ଲୋକଙ୍କ ଅଭିଯୋଗ ଯେ ଦେଓଲ ତାଙ୍କ ଇଲାକରେ ବେଶି ନଜର ଆସନ୍ତି ନାହିଁ। ଏପରିକି ଚଳିତ ବର୍ଷ ଜାନୁଆରୀରେ ପଠାନକୋଟ୍ ରେଳ ଷ୍ଟେସନ କାନ୍ଥରେ ପୋଷ୍ଟର ଲଗାଯାଇଥିଲା ଯେଉଁଥିରେ ଲେଖା ଯାଇଥିଲା ସାଂସଦ ସନି ଦେଓଲ ନିଖୋଜ ଅଛନ୍ତି। ସନିଙ୍କ ଇଲାକାର କାର୍ଯ୍ୟଭାଳ ସମ୍ଭାଳୁଥିବା ପଙ୍କଜ ଯୋଶୀ କିନ୍ତୁ ସନିଙ୍କ ପ୍ରଶଂସା କରିଛନ୍ତି। ସବୁବେଳେ ସେ ତାଙ୍କ ନିର୍ବାଚନ କ୍ଷେତ୍ର ପରିଦର୍ଶନ କରିବା ସହ ଲକଡାଉନ ସମୟରେ ଆସିଥିବା କହିଛନ୍ତି। ଏହା ସହ ଇଲାକା ପାଇଁ ବହୁତ ଭଲ କାମ ମଧ୍ୟ କରୁଥିବା ଯୋଶୀ କହିଛନ୍ତି।
ଗତବର୍ଷ ଶେଷ ଲୋକସଭା ଅଧିବେଶନରେ ସେ ଉପସ୍ଥିତ ନ ଥିଲେ। ଅର୍ଥାତ ୩୭ ଦିନରୁ ସେ କେବଳ ୨୮ ଦିନ ଉପସ୍ଥିତ ରହିଥିଲେ। ଏହାର କାରଣ ହେଉଛି ସେ ତାଙ୍କ ପୁଅ କରନ ଦେଓଲଙ୍କ ସିନେମାରେ ବ୍ୟସ୍ତ ଥିଲେ। ତେବେ ସେହି ଅଧିବେଶନ ପରେ ସନି ଅନ୍ୟ ଅଧିବେଶନରେ କୁଆଡ଼େ ଯୋଗ ଦେଇ ଥିଲେ। ଗତବର୍ଷ ଶୀତ ଅଧିବେଶନର ୨୦ ଦିନରୁ ସେ ୧୩ ଦିନ ଉପସ୍ଥିତ ରହିଥିଲେ। ଏପରିକି ଚଳିତ ଅଧିବେଶନରେ ସେ ତିନିଟି ଅଧିବେଶନରେ ହିଁ ଉପସ୍ଥିତ ରହିଛନ୍ତି। ତେବେ ଏବେ ସୁଦ୍ଧା ସନି କେବଳ ଲୋକସଭାରେ ବେଆଇନ ମାଇନିଂ ପ୍ରସଙ୍ଗ ଉପରେ ଗୋଟିଏ ପ୍ରଶ୍ନ ରଖିଛନ୍ତି।