ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ କରିବ ନାହିଁ ସୁନ୍ନି ୱାକଫ ବୋର୍ଡ। ଆଜି ବସିଥିବା ସୁନ୍ନି ୱାକଫ ବୋର୍ଡର ବୈଠକରେ ଅଧିକାଂଶ ସଦସ୍ୟ ଏହା ସପକ୍ଷରେ ନିଜର ମତ ଦେଇଛନ୍ତି।
{"id":190110,"width":572,"height":428,"sizeSlug":"large"}
ସୂଚନାଯୋଗ୍ୟ ଯେ, ଆଜି ଲକ୍ଷ୍ନୌରେ ସୁନ୍ନି ୱାକଫ ବୋର୍ଡର ବୈଠକ ବସିଥିଲା । ଏଥିରେ ବୋର୍ଡର ୭ ସଦସ୍ୟଙ୍କ ମଧ୍ୟରୁ ୬ ସଦସ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ନ କରିବା ଲାଗି ମତ ଦେଇଥିଲେ। ୭ ଟି ଏଜେଣ୍ଡାକୁ ନେଇ ୱାକଫ ବୋର୍ଡର ବୈଠକ ବସିଥିଲା। ଯେଉଁଥିରେ ସୁପ୍ରିମକୋର୍ଟ ମୁସଲମାନ ପକ୍ଷଙ୍କୁ ଦେଇଥିବା ୫ ଏକର ଜମି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସ୍ଥାନରେ ମସଜିଦ ତିଆରି କରାଯିବ ନା ହସ୍ପିଟାଲ କି ସ୍କୁଲ, ଏ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ତେବେ ୱାକଫ ବୋର୍ଡ ନିଷ୍ପତ୍ତି ନେଇଛି ୫ ଏକର ଜମି ମିଳିସାରିବା ପରେ ହିଁ ଏ ବାବଦରେ ନିଷ୍ପତ୍ତି ନିଆଯିବ।