ପୁରୀ ୦୫।୦୯ : ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର । ସମୁଦ୍ର ମଝିରେ ଭାସୁଛି ଗୋଟିଏ କଣ୍ଟେନର । ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ ନଜରରେ ଆସିଛି ଏହି କଣ୍ଟେନର ।
ଖବର ଅନୁଯାୟୀ, ପୁରୀ ପେଣ୍ଠକଟା ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ସମୁଦ୍ରରେ ଏକ କଣ୍ଟେନର ଭାସୁଥିବାର ଦେଖିଥିଲେ । ତେବେ କଣ୍ଟେନରକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ମତ୍ସ୍ୟଜୀବୀ । ତେବେ ଏହି କଣ୍ଟେନରଟି କେଉଁଠୁ ଆସିଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।
ସେହିପରି କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟା ଅଞ୍ଚଳରେ ଏକ କଣ୍ଟେନର ଭାସି ଆସି ସମୁଦ୍ର କୂଳରେ ଲାଗିଥିଲା । ତେବେ ସେହି କଣ୍ଟେନରଟି କେଉଁଠି ଆସିଲା । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଥିବା ବେଳେ ଏବେ ପୁରୀ ସମୁଦ୍ରରେ ଭାସୁଛି ଆଉ ଏକ କଣ୍ଟେନର ।