ସୁନିତାଙ୍କ ମୁଣ୍ଡରେ ସୁନା କଳସ
5/05/2018 at 11:02 AM

ସୁନିତା ଲାକ୍ରା ଆଦିବାସୀ ଝିଅଟିଏ, ଆଣିଦେଇଛି ଦେଶ ପାଇଁ ଗର୍ବ । ହକିର ଅଖାଡାଶାଳା ସୁନ୍ଦରଗଡ଼ ଜିଲ୍ଲା । ଏହି ମାଟି ଦେଇଛି ଅନେକ ହକି ତାରକାଙ୍କ ଜନ୍ମ । ଦିନେ ଦିଲ୍ଲୀପ୍ ତିକିୀ ଭାରତୀୟ ହକି ଦଳର ଅଧିନାୟକ ହୋଇ ଆଣିଥିଲେ ସୁନ୍ଦରଗଡ଼ ତଥା ଆମ ରାଜ୍ୟ ପାଇଁ ଗର୍ବ ଆଉ ଏବେ ସୁନିତା ଲାକ୍ରା ଭାରତୀୟ ମହିଳା ହକି ଦଳର ଅଧିନାୟକା । ଯାହା ସୁନ୍ଦରଗଡ଼ ତଥା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ।
ବାଜା ସାଙ୍ଗକୁ ଆଦିବାସୀ ପରପଂରାର ନାଚ ପୁରା ଗାଁରେ ଖେଳିଯାଇଛି ଖୁସିର ଲହରୀ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରାମାଲ୍ ପଂଚାୟତ ପାର୍ଶାଢ଼ପା ଗାଁର ଏଦୃଶ୍ୟ । ନିପଟ ମଫସଲ ଏହି ଆଦିବାସୀଗାଁ ଭାରତୀୟ ମହିଳା ହକି ଦଳର ଅଧତ୍ନାୟିକା ସୁନିତା ଲାକ୍ରାଙ୍କ ଗାଁ । ସୁନିତା ଲାକ୍ରା ଭାରତୀୟ ମହିଳା ହକି ଦଳର ଅଧତ୍ନାୟିକା ହେବାର ଖବର ପାଇବା ପରେ ତାଙ୍କର ଏହି ଜନ୍ମିତ ଗାଁରେ ଖେଳିଯାଇଛି ଖୁସିର ଲହରୀ ।
ସୁନିତା ଏବେ ବାଙ୍ଗାଲୁରରେ ଆଗାମୀ ଅନ୍ତର୍ଜାତୀୟ ହକି ମ୍ୟାଚ ପାଇଁ ଅଭ୍ୟାସ କରୁଛନ୍ତି । ସୁନ୍ଦରଗଡ଼ ରୁୂ ନିପଟ ମଫସଲ ଗାଁର ସୁନିତା ଲାକ୍ରା କେବଳ ସୁନ୍ଦରଗଡ଼ ପାଇଁ ନୁହେଁ ,ପୁରା ଓଡ଼ଶାବାସୀଙ୍କ ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୋୈରବ ।