ଆନ୍ନାଙ୍କ ପାଇଁ କ୍ଲାଇମାକ୍ସ ବଦଳାଇଥିଲେ ଶାହାରୁଖ, ୧୯ ବର୍ଷ ପରେ ଖୋଲିଲା ‘ମୈ ହୁଁ ନା’ର ରାଜ୍
21/03/2023 at 12:47 PM

ମୁମ୍ବାଇ ୨୧/୦୩ : ଅଭିନେତା ସୁନୀଲ ଶେଟ୍ଟୀ (ଆନ୍ନା) ବଲିଉଡରେ ୩୧ ବର୍ଷ ପୂରଣ କରିଛନ୍ତି। ତିନି ଦଶନ୍ଧିର ଅଭିନେତା ସୁନୀଲ୍ ନିଜ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ଅନେକ ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତାମାନଙ୍କସହ କାମ କରିଛନ୍ତି। ଅଜୟ ଦେବଗନ, ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ସହ ଏକାଠି ସ୍କ୍ରିନ୍ ସେଆର୍ କରିଛନ୍ତି। ସୁନୀଲ ଶେଟ୍ଟୀ ଶାହରୁଖଙ୍କ ସହ ‘ମୈ ହୁଁ ନା’ ଫିଲ୍ମରେ କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ଶାହରୁଖ ହିରୋ ହୋଇଥିବାବେଳେ ସୁନୀଲ ଶେଟ୍ଟୀ (ଆନ୍ନା) ଭିଲିଆନ୍ ଚରିତ୍ରରେ ଅଭିନୟ କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ସୁନୀଲ ଶେଟ୍ଟୀ କହିଛନ୍ତି ଯେ ‘ମୈ ହୁଁ ନା’ର କ୍ଲାଇମାକ୍ସ ଅନ୍ୟ କିଛି ଥିଲା, କିନ୍ତୁ ଶାହାରୁଖ ତାଙ୍କ କାରଣରୁ ଏହାକୁ ବଦଳାଇ ଦେଇଥିଲେ।

ସୁନୀଲ ସେଟ୍ଟୀ ଏ କଥା ବି କୁହିଛନ୍ତି ଯେ, ଶାହରୁଖ୍ ନିଜକୁ ଜଣେ କଳାକାର ଅନ୍ୟ ଅଭିନେତାଙ୍କୁ ସୁପରଷ୍ଟାର ଭଳି କରନ୍ତି ବ୍ୟବହାର। ସୁନୀଲ ଶେଟ୍ଟୀ ବର୍ତ୍ତମାନ ‘ହେରା ଫେରି-୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଯେଉଁଠାରେ ସେ ଅକ୍ଷୟ କୁମାର ଏବଂ ପରେଶ ରାୱଲଙ୍କ ସହ ପୁଣିଥରେ ନଜର ଆସିବେ। ଏହା ସହ ସେ ସଞ୍ଜୟ ଦତ୍ତଙ୍କ ସହ ମଧ୍ୟ କାମ କରୁଛନ୍ତି। ‘ବଲିଉଡ ବବଲ’ ସହିତ କାଥାବାର୍ତ୍ତା ଏହି ସମସ୍ତ କଳାକାରଙ୍କ ସହ କାମ କରିବାର ଅଭିଜ୍ଞତା ସେଆର୍ କରିଥିଲେ ସୁନୀଲ ଶେଟ୍ଟୀ।

ଶାହାରୁଖଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟି ସୁନୀଲ ଶେଟ୍ଟୀ କହିଛନ୍ତି ଯେ, ମୁଁ ଶାହାରୁକଙ୍କ ସହ ମୈ ହୁଁ ନା ସୁଟ୍ କରିଥିଲି। ସେ ସେଟ୍ ରେ ଅନ୍ୟ ଅଭିନେତାମାନଙ୍କୁ ସୁପରଷ୍ଟାରଙ୍କ ଭଳି ବ୍ୟବହାର କରୁଥିଲେ। ଶାହରୁଖ ଇଣ୍ଡଷ୍ଟ୍ରିର ସବୁଠାରୁ ସୁରକ୍ଷିତ ଅଭିନେତା। ମୁଁ ତାଙ୍କ ପରି କାହାକୁ ଦେଖି ନାହିଁ । ‘ମୈ ହୁଁ ନା’ର କ୍ଲାଇମାକ୍ସ ଦୃଶ୍ୟରେ ସେ ପଛକୁ ହଟି ଯାଇ କହିଥିଲେ, ମୁଁ ସୁନୀଲ ଶେଟ୍ଟୀଙ୍କ ସହ ଫାଇଟ୍ କରି ପାରିବି ନାହିଁ। ମୋତେ କିଛି କରିବାକୁ ପଡିବ। ସେ ବୋମାର ପିନ୍ ବାହାର କରି ହାତରେ ଧରି କହିଥିଲେ ଯେ ମୁଁ ସୁନୀଲ ଶେଟ୍ଟୀଙ୍କୁ ମାଡ଼ ମାରି ପାରିବି ନାହିଁ। ସେ ଏପରି ସୁରକ୍ଷିତ ବ୍ୟକ୍ତି।

ସୁନୀଲ ଶେଟ୍ଟୀ କହିଛନ୍ତି ଯେ, ଶାହରୁଖ ତାଙ୍କୁ ଏତେ ସମ୍ମାନ କରୁଥିଲେ ଯେ, ସେ ତାଙ୍କୁ ଫିଲ୍ମରେ ମାରିବାକୁ ମନା କରିଦେଇଥିଲେ ଏବଂ ନିଜେ କ୍ଲାଇମାକ୍ସ ବଦଳାଇଦେଇଥିଲେ। ସୁନୀଲ ଶେଟ୍ଟୀଙ୍କ ଅନୁଯାୟୀ ଶାହରୁଖ ପ୍ରକୃତରେ ଏକ ଚମତ୍କାର ମଣିଷ। ଯିଏ କାହାର ବି ହୃଦୟ ଜିତି ପାରିବେ। କେବଳ ମହିଳା ନୁହଁନ୍ତି, ପୁରୁଷମାନଙ୍କୁ ମଧ୍ୟ ପ୍ରଭାବିତ କରିପାରିବେ।
‘ମୈ ହୁନ୍ ନା’ ନିର୍ଦ୍ଦେଶନା ଦେଇଥିଲେ ଫରାହ ଖାନ୍। ଏହି ଚଳଚ୍ଚିତ୍ରରେ ସୁନୀଲ ଶେଟ୍ଟୀ ଆତଙ୍କବାଦୀ ରାଘବନ ଦତ୍ତାଙ୍କ ଭୂମିକାରେ ନଜର ଆସିଥିଲେ। ନେଗେଟିଭ୍ ଭୂମିକା ପାଇଁ ସେ ଫିଲ୍ମଫେୟାରରେ ନୋମିନେସନ ହୋଇଥିଲେ। ଏଥିସହିତ ଶାହାରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଥିଲେ। ଏହି ଚଳଚ୍ଚିତ୍ର ୨୦୦୪ରେ ରିଲିଜ୍ ହୋଇଥିଲା। ଖୁବଶୀଘ୍ର ସୁନୀଲ ଶେଟ୍ଟୀଙ୍କୁ ‘ହେରା ଫେରି’ରେ ଦେଖିବାକୁ ମିଳିବ। ନିକଟରେ ତାଙ୍କର ସିରିଜ୍ ‘ହଣ୍ଟର୍’ ରିଲିଜ୍ ହୋଇଛି, ଯେଉଁଥିରେ ସେ ଏସିପି ବିକ୍ରମ ଚୌହାନ ଭୂମିକାରେ ନଜର ଆସିଛନ୍ତି।