ଆଥିଆଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି ସୁନିଲ୍‌, ଫଟୋ ସେୟାର କରି ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

Published By : Prameya-News7 Bureau | November 05, 2022 IST

ମୁମ୍ଵାଇ ୦୫।୧୧: ସୁନିଲ୍‌ ଶେଟ୍ଟୀଙ୍କ ଅଲିଅଳି ଆଥିଆ ଶେଟ୍ଟୀ। ଫିଲ୍ମରେ ନିଜର ସ୍ଥାନ ହାସଲ ନକରିଥିଲେ ବି ଖୁବ୍‌ ଚର୍ଚ୍ଚିତ। ସବୁବେଳେ ଥାଆନ୍ତି ଲାଇମ୍‌ଲାଇଟ୍‌ରେ । ଆଥିଆ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ପିତା ତଥା ଅଭିନେତା ସୁନୀଲ ଶେଟ୍ଟୀ ବିଶେଷ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯାହା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

{"id":704964,"sizeSlug":"full","linkDestination":"none"}

ନିକଟରେ ଆଥିଆ ଓ ସୁନୀଲଙ୍କ ଅନେକ ଫଟୋ ଦେଖିବାକୁ ମିଳେ। ଦୁହିଁଙ୍କ ବଣ୍ଡିଂ ବହୁତ ଘନିଷ୍ଠ। ଏହି ସ୍ଵତନ୍ତ୍ର ବନ୍ଧନର ଝଲକ ସବୁବେଳେ ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଆଥିଆଙ୍କ ସୁନ୍ଦର ଫଟୋ ସେୟାର କରି ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସୁନୀଲ । ଲେଖିଛନ୍ତି, "ମୋ ଜୀବନ ଜନ୍ମଦିନର ଶୁଭେଚ୍ଛା । ଏହା ବ୍ୟତୀତ ସେ କ୍ୟାପସନରେ ଏକ ହୃଦୟ ଇମୋଜି ଦେଇଛନ୍ତି।

ଆଥିଆ ପୋଷ୍ଟରେ ନିଜତ ପ୍ରତିକ୍ରିୟା ପ୍ରକାଶ କରି ନାଲି ହୃଦୟ ଇମୋଜି ସହିତ 'ଲଭ୍ ୟୁ' ଲେଖିଛନ୍ତି।ଏହା ବ୍ୟତୀତ ସୁନୀଲଙ୍କ ଏହି ପୋଷ୍ଟ ଉପରେ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ଆଥିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.