କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ସୁନୀଲ ସେଠୀ ପୁନଃନିଯୁକ୍ତ

Published By : Prameya-News7 Bureau | August 23, 2022 IST

ଫୁଲବାଣୀ ୨୩।୮: କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଛାତ୍ରନେତା ସୁନୀଲ ସେଠୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସଭାପତିଙ୍କ ସୁପାରିଶ ସାଙ୍ଗକୁ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ସୁନୀଲଙ୍କ ଲୋକପ୍ରିୟତା, ସଂ।ଗଠନିକ ଦକ୍ଷତା, ଦଳପ୍ରତି ଅନୁଗତ୍ୟକୁ ଭିତ୍ତିକରି ପୁନଃ ନିଯୁକ୍ତି ଦେଇଥିବା ଜଣାପଡିଛି ।

ସେହିପରି ଟାଣୁଆ ଛାତ୍ରନେତା ଶତୃଘ୍ନ ମହାନନ୍ଦିଆଙ୍କୁ ଜିଲ୍ଲା ଛାତ୍ର ବିଜେଡି ସଂପାଦକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଫଳରେ ବିଭିନ୍ନ ମହଲରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ନବ ନିଯୁକ୍ତ ଏହି ଦୁଇ ଛାତ୍ରନେତାଙ୍କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅଭିନନ୍ଦନ ଜଣାଇବା ସହ ଏମାନଙ୍କ ଦୃଢ ନେତୃତ୍ଵରେ ଛାତ୍ର ସଂଗଠନ ଅଧିକ ଶକ୍ତିଶାଳୀ ହେବ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି ।

ସେହିପରି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ମଧ୍ୟ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସୁନୀଲ ସେଠୀ ଓ ସଂପାଦକ ଶତୃଘ୍ନ ମହାନନ୍ଦିଆଙ୍କୁ ଶୁଭେଚ୍ଛା ଜଣାଇବା ସହ ଦଳର ସଂଗଠନ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସେହିପରି ନଗର ସଭାପତି ସୁଧୀର କହଁରଙ୍କ ସମେତ ବିଜେଡି ଯୁବନେତା ରାଜେନ୍ଦ୍ର ପାଢୀ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ମହମ୍ମଦ ୟାସିନ ପ୍ରମୁଖ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଛାତ୍ର ବିଜେଡ଼ି ସଭାପତି ସୁନୀଲ ସେଠୀ ଓ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶତ୍ରୁଘ୍ନ ମହାନନ୍ଦିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତିଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଛାତ୍ର ସଂଗଠନ ଯେପରି ସୁଦୃଢ ହେବା ସହ କ୍ରିୟାଶୀଳ ହେବ ସେଥିପ୍ରତି ନିଷ୍ଠା ଓ ଆନ୍ତରିକତାର ସହ ଉସର୍ଗିକୃତ ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.