ବିଜେପିରେ ମିଶିଲେ ସୁନୀଲ ଜାଖଡ, ଜେପି ନଡ୍ଡାଙ୍କ ଉପସ୍ଥିତିରେ ସାମିଲ ହେଲେ
19/05/2022 at 2:02 PM

ନୂଆଦିଲ୍ଲୀ ୧୯/୦୫: ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ସାମିଲ ହେଲେ ସୁନୀଲ ଜାଖଡ । କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ପଞ୍ଜାବ ନେତା ସୁନୀଲ ଝାକଡ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଜି ସୁନୀଲ ଜାଖଡ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସାମିଲ ହେଲେ । ଜେପି ନଡ୍ଡା ତାଙ୍କୁ ଦଳର ସଦସ୍ୟତା ପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଥାଉକି, ମେ ୧୪ରେ ସୁନୀଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତେବେ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରୁ କଂଗ୍ରେସ ସହ ତାଙ୍କର ମତଭେଦ ଲାଗି ରହିଥିଲା ।
Three generations of my family served the Congress party over the last 50 years. Today, I have broken the 50-year-old tie with Congress over issues of nationalism, unity and brotherhood in Punjab: Sunil Jakhar on joining BJP in Delhi pic.twitter.com/w0YimbLqPa
— ANI (@ANI) May 19, 2022
ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ, ଯେତେବେଳେ ଦଳ ଚରଣଜିତ ସିଂ ଚନ୍ନିଙ୍କୁ ସିଏମ ଭାବରେ ନିଯୁକ୍ତ କରିଥିଲେ । ଏହା ପରେ ଜାକଡ ଅନେକ ଥର ବିବୃତ୍ତି ଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଇସ୍ତଫା ଘୋଷଣା କରିବାବେଳେ ସୁନୀଲ ଝାକଡ ମଧ୍ୟ କଂଗ୍ରେସକୁ ପରାମର୍ଶ ଦେଇଥିଲେ । ଏହି ପ୍ରକାରେ ଚିନ୍ତନ ଶିବିର ସ୍ଥାପନ କରି କିଛି କରାଯିବ ନାହିଁ ବୋଲି ସେ କହିଥିଲେ ।