ଋଷଭ ପନ୍ତ୍ ଓ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ? କିଏ କରିବେ ଓପନ୍? ପଢନ୍ତୁ କଣ କହିଲେ ସୁନୀଲ ଗାଭାସ୍କର

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଠାରୁ ଆରମ୍ଭ ହେଉଛି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ୍ ସିରିଜ୍ । ତେବେ ଓ୍ବିକେଟକିପର ଭାବେ ଭାରତୀୟ ଟିମରେ କାହାକୁ ସାମିଲ କରାଯିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଭାରତୀୟ ଦଳରେ ରିଦ୍ଧିମାନ ଶାହା ଏବଂ ଋଷଭ ପନ୍ତଙ୍କ ଭଳି ୨ ଜଣ ବିକଳ୍ପ ଅଛନ୍ତି । ତେବେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ଟିମ୍ ମ୍ୟାନେଜମେଣ୍ଟକୁ ରିଦ୍ଧିମାନଙ୍କ ଶାହାଙ୍କ ବଦଳାର ଆକ୍ରମକ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରିବା ଆବଶ୍ୟକ ।

ଗାଭାସ୍କର କହିଛନ୍ତି ଯେ, ପ୍ରଥମ ଟେଷ୍ଟରେ ଋଷଭ ପନ୍ତ ଭାରତୀୟ ବ୍ୟାଟିଂକ୍ରମକୁ ସହାୟକ ହେବେ । ଅଭ୍ୟାସ ମ୍ୟାଚରେ ପନ୍ତ୍ ୭୩ ବଲରୁ ଦୃତ ୧୦୩ ରନ ହାସଲ କରିଥିଲେ । ତେଣୁ ପନ୍ତଙ୍କୁ ଦଳରେ ସାମିଲ କରିବା ଦଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

ସେହିପରି ଓ୍ବକେଟକିପିଂ କଥା କହିବାକୁ ଗଲେ ଅଭିଜ୍ଞ ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବା ଦରକାର । ଅଷ୍ଟ୍ରେଲିଆ ପିଚଗୁଡିକରେ ଓ୍ବିକେଟ କିପିଂ ଏତେଟା କଷ୍ଟ ହେଉନଥିବାରୁ ଶାହାଙ୍କ ବଦଳରେ ପନ୍ତଙ୍କୁ ସାମିଲ କରିବାକୁ ଗାଭାସ୍କର ମତ ଦେଇଛନ୍ତି । ସେ କହିଛନ୍ତି, ଯେଉଁ ପିଚରେ ବଲ ଅଧିକ ଟର୍ଣ୍ଣ୍ କରେ ସେଠାରେ ସେଠାରେ ସର୍ବଶ୍ରେଷ୍ଠ ଓ୍ବିକେଟ୍ କିପରଙ୍କ ଆବଶ୍ୟକତା ପଡିଥାଏ । ସେହି ଅନୁଯାୟୀ ଦେଖିବାକୁ ଗଲେ ଶାହା ପ୍ରଥମ ପସନ୍ଦ କିନ୍ତୁ ଏଡାରେ ଓ୍ବିକେଟକିପର ଷ୍ଟମ୍ପଠାରୁ ଟିକେ ପଛରେ ରହିପାରିବେ ।

ଏହା ବାଦ ଓପନିଂ ଯୋଡି ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କ ସହିତ ପୃଥ୍ବୀ ସ ଙ୍କ ବଦଳରେ ଶୁଭମାନ ଗିଲଙ୍କୁ ସୁଯୋଗ ଦେବା ଆବଶ୍ୟକ ବୋଲି ସୁନୀଲ ଗାଭାସ୍କର କହିଛନ୍ତି । ଶୁଭାମାନ୍ ଗିଲ ୨ଟି ଅଭ୍ୟାସ ମ୍ୟାଚରେ  ଯଥାକ୍ରମେ ୦, ୨୯, ୪୩ ଏବଂ ୬୫ ରନ କରିଥିଲେ । ଅନ୍ୟପଟେ ପୃଥ୍ବୀ ସ ୨ଟି ଅଭ୍ୟାସ ମ୍ୟାଚରେ ୦, ୧୯, ୪୦ ଏବଂ ୩ ରନ ସଂଗ୍ରହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.