ନ୍ୟୁଜିଲାଣ୍ଡଠୁ ହାରିବାପରେ ଇଣ୍ଡିଆ ଟିମର ଏହି ଖେଳାଳୀଙ୍କୁ ବେକାର କହିଲେ ସୁନୀଲ ଗାଭାସ୍କର : ଜାଣନ୍ତୁ ସେ କିଏ?
13/07/2019 at 11:26 AM

ନୂଆଦିଲ୍ଲୀ ୧୩/୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଓ୍ବିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ ଏକ ଜରୁରୀ ବୟାନ ଦେଇଛନ୍ତି। ଗାଭାସ୍କରଙ୍କ ମତରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କୁ ବ୍ୟାଟିଂ ପାଇଁ ମିଡିଲ ଅର୍ଡ଼ରରେ ଆସିବାର ଥିଲା।
ଭାରତ ପ୍ରଥମରୁ ୩ଟି ଓ୍ବିକେଟ ଅତି ଶୀଘ୍ର ହରାଇଥିଲା,ସେତେବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ଦାୟିତ୍ବ ଆହୁରି ବଢ଼ିଯାଇଥିଲା। ଗାଭାସ୍କର ଓ୍ବାଲର୍ଡ଼ କପ୍ ପୂର୍ବରୁ , ଓ୍ବାଲର୍ଡ଼ କପ୍ ସମୟରେ ଏବଂ ଓ୍ବାଲର୍ଡ଼ କପ୍ ପରେ ଟିମ୍ ପ୍ରବନ୍ଧନର ନୀତିୀ ଆଲୋଚକ ରହିଛନ୍ତି।
ଗାଭାସ୍କର କହିଥିଲେ ଯେ ଯେତେବେଳେ ଇଣ୍ଡିଆ ଟିମ୍ ନିଜ ୩ଟି ଟପ୍ ବ୍ୟାଟସମ୍ୟାନ୍ ଶୀଘ୍ର ଓ୍ବିକେଟ ହରାଇଥିଲେ ସେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ଥ ବ୍ୟାଟିଂ କରୁଥିଲେ। ଦୁହେଁ ଏକା ପ୍ରକାର ବ୍ୟାଟସମ୍ୟାନ୍।
ହାର୍ଦ୍ଦିକଙ୍କ ସ୍ଥାନରେ ଧୋନିଙ୍କୁ ରହିବା ଆବଶ୍ୟକ ଥିଲା କାରଣ ସେ ପନ୍ଥଙ୍କୁ ସଂଯମ ରଖିବାକୁ ପରାମର୍ଶ ଦେଇଥାଆନ୍ତେ। ଶେଷରେ ପନ୍ଥ ଏକ ବେକାର ସଟ ଖେଳି ଆଉଟ ହେଲେ ଯାହା ଇଣ୍ଡିଆ ପାଇଁ ପରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
ଗାଭାସ୍କରଙ୍କ ମୁତାବକ ଧୋନି ତାଙ୍କ ସାଥୀଙ୍କ ମନୋଦଶା ବୁଝିପାରନ୍ତି ସେଥିପାଇଁ ସେ ପନ୍ଥ କିମ୍ବା ପାଣ୍ଡ୍ୟାଙ୍କୁ ଠିକ୍ ଢଙ୍ଗରେ ବୁଝାଇ ଓ୍ବିକେଟରେ ରହିବାକୁ ପ୍ରେରିତ କରିଥାଆନ୍ତେ।