ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର; କହିଲେ- ରୋହିତଙ୍କୁ ଏମିତି କରିବାର ନଥିଲା
19/11/2023 at 9:13 PM

ଅହମଦାବାଦ: ବିଶ୍ୱକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ରେ ଭାରତ ହାରିବା ସ୍ଥିତିରେ ରହିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଦଳ ମାତ୍ର ୨୪୦ ରନ୍ କରିପାରିଥିଲା। ଜବାବରେ ଭାରତୀୟ ବୋଲରମାନେ ୱିକେଟ୍ ନେବାର ମଧ୍ୟ ସେତେ ସଫଳ ହୋଇ ନାହାନ୍ତି। ଆଜିର ଫାଇନାଲ୍ ମ୍ୟାଚ୍ରେ ଏଭଳି ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନକୁ ନେଇ ଟିମ୍ ଇଣ୍ଡିଆ ଉପରେ ବିଭିନ୍ନ ଆଡୁ ପ୍ରଶ୍ନ ଉଠିଛି।
ବିଶ୍ୱକପ୍ରେ ଧୂଆଁଦାର ବ୍ୟାଟିଂ କରି ବିପକ୍ଷ ଦଳ ଉପରେ ଚାପ ପକାଉଥିବା ରୋହିତ ଶର୍ମାଙ୍କ ଶଟ୍ ସିଲେକ୍ସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର। ସବୁଥର ପରି ଆଜି ରୋହିତ ଧୂଆଁଦାର ବ୍ୟାଟିଂ କରି ୪୭ ରନ୍ରେ ଆଉଟ୍ ହୋଇଥିଲେ।
ମାକ୍ସୱେଲ୍ ବଲ୍ରେ ରୋହିତ ୧୦ ରନ୍ କରି ସାରିଥିବା ବେଳେ ପୁଣିଥରେ ବଡ଼ ଶଟ୍ ମାରିବାକୁ ଚେଷ୍ଟା କରି ଆଉଟ୍ ହୋଇଥିଲେ। ତୃତୀୟ ଶଟକୁ ନେଇ ଗାଭାସ୍କର ରୋହିତଙ୍କୁ ପ୍ରଶ୍ନ କରିଛନ୍ତି।
ଷ୍ଟାର ସ୍ପୋର୍ଟସରେ ଆଲୋଚନା ବେଳେ ଭାସ୍କର କହିଛନ୍ତି ଯେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଆଜିର କମ୍ ସ୍କୋରର ମୁକାବିଲାରେ ରୋହିତ ଏବଂ ଟିମ୍ ଅଷ୍ଟ୍ରେଲିଆର ଅନିୟମିତ ବୋଲରଙ୍କ ଉପରେ ଆକ୍ରମଣ କରିବାରେ ବିଫଳ ହୋଇଥିଲେ।
ରୋହିତ ଶର୍ମାଙ୍କର ଏଭଳି ଭୁଲ ଶଟ୍ ଖେଳି ଆଉଟ୍ ହେବା ଭାରତ ପାଇଁ ନିର୍ଣ୍ଣାୟକ ମୋଡ଼ ହୋଇପାରେ। ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପୁଣିଥରେ ସେ ଏହି ଫର୍ମରେ କ୍ରିକେଟ ଆରମ୍ଭ କରିଥିଲେ। ମୁଁ ଭାବିଲି ଯେ ମାକ୍ସୱେଲ୍ଙ୍କ ଓଭରରେ ଗୋଟିଏ ଛକା ଏବଂ ଗୋଟିଏ ଚୌକା ସହ ୧୦ ରନ୍ ହୋଇ ସାରିଛି। ବୋଧହୁଏ ତାଙ୍କୁ ସେ ସେହି ଶଟ୍ ମାରିବାର ନଥିଲା ବୋଲି ଗାଭାସ୍କର କହିଛନ୍ତି। ଆଜିର ମ୍ୟାଚ୍ରେ ରୋହିତ ମାକ୍ସୱେଲ୍ଙ୍କର ଚତୁର୍ଥ ବଲ୍ରେ ଭୁଲ୍ ଶଟ୍ ମାରି ଆଉଟ୍ ହୋଇଥିଲେ।
ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଆଫ୍ରିଦୀଙ୍କ ସମାଲୋଚନା; ଓଭରକନଫିଡେନ୍ସ ପାଇଁ ଟିମ୍ ଇଣ୍ଡିଆକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ
ଗାଭାସ୍କର ଆହୁରି କହିଛନ୍ତି ଯେ ଯଦି ରୋହିତଙ୍କର ଆଉଟ୍ ଶଟ୍ଟି ଛକ୍କା ହୋଇଥାନ୍ତା ତେବେ ଆମେ ସମସ୍ତେ ହୁଏତ ପ୍ରଶଂସା କରିଥାନ୍ତୁ। ହେଲେ ପଞ୍ଚମ ବୋଲରକୁ ସେ ଟାର୍ଗେଟ୍ କରିପାରି ଥାନ୍ତେ। ହେଲେ ସେଠି ସେପ୍ରକାର ଶର୍ଟର ଆବଶ୍ୟକତା ନଥିଲା। ଭାରତୀୟ ଟିମ୍ ଅତି କମ୍ରେ ୨୬୦ ରନ୍ କରିବାର ଥିଲା। ହେଲେ ଦଳ ମାତ୍ର ୨୪୧ରେ ସୀମିତ ହୋଇଗଲା ବୋଲି ଗାଭାସ୍କର କହିଛନ୍ତି।
ସେ ଆହୁରି କହିଛନ୍ତି ମାକ୍ସୱେଲ୍, ଟ୍ରେଭିସ ହେଡ୍ସ ଓ ମାର୍ସଙ୍କ ବୋଲକୁ ଖେଳିବାର ଥିଲା। ଏମାନଙ୍କୁ ଟାର୍ଗେଟ୍ ନେଇ ମାରିବାର ଥିଲା। ହେଲେ ସେପରି କିଛି ହେଲା ନାହିଁ ବୋଲି ଗାଭାସ୍କର କହିଛନ୍ତି।