AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପବ୍ଲିକ ପ୍ଲାଟଫର୍ମରେ କୋହଲିଙ୍କ ରିଆକ୍ସନ ପରେ ଭଡକିଲେ ସିନିୟର କ୍ରିକେଟର, କହିଲେ ଯିଏ ମେସେଜ କରିନଥିଲେ ତାଙ୍କ ନାଁ କୁହ

6/09/2022 at 11:13 AM

ମୁମ୍ୱାଇ ୦୬/୦୯: ବିରାଟ କୋହଲି ଏସିଆ କପ୍ ୨୦୨୨ରେ ଦୁଇଟି ଅର୍ଦ୍ଧଶତକ ସହ ୧୫୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି । କେବଳ ଏସିଆ କପ୍‌ରେ ତାଙ୍କ ଅପେକ୍ଷା ପାକିସ୍ତାନର ମହମ୍ମଦ ରିଜୱାନ୍‌ ଅଧିକ ରନ୍‌ କରିଛନ୍ତି । ଏଥି ସହିତ, ସୁପର ୪ ମ୍ୟାଚ୍ ପରେ ସେ ଦାବି କରିଛନ୍ତି ଯେ ମୁଁ ଟେଷ୍ଟ କ୍ୟାପଟେନ୍ସି ଛାଡିବାପରେ ମୋ ନିକଟକୁ କେବଳ ଧନୀଙ୍କ ମେସେଜ ଆସିଥିଲା । ଯେତେବେଳେକି ସମସ୍ତଙ୍କ ପାଖରେ ମୋର ନମ୍ୱର ଥିଲା ।

ମୋତେ କେହି ହେଲେ ମେସେଜ ଟିଏ କରିନଥିଲେ । ବିରାଟଙ୍କ ଏହି ପ୍ରତିକ୍ରିୟା ପରେ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଭଡକିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ମେସେଜ କରିନାହାଁନ୍ତି ସେମାନଙ୍କ ନାମ ସାର୍ବଜନୀନ କରନ୍ତୁ ବିରାଟ । ସେ କହିଛନ୍ତି ଯେ କୋହଲିଙ୍କୁ ପବ୍ଲିକ ପ୍ଲାଟଫର୍ମରେ ଏପରି କଥା କହିବାର ନଥିଲା ।

ସାକ୍ଷାତକାରରେ ଗାଭାସ୍କର କହିଛନ୍ତି ଯେ ଏହି ଅନ୍ୟ ଖେଳାଳିଙ୍କ ସହ ଡ୍ରେସିଂ ରୁମ ଭିତରେ ଅବସ୍ଥା କ’ଣ ଥିଲା ମୁଁ ଜାଣେ ନାହିଁ । ମୁଁ ଭାବୁଛି ଯଦି ତାଙ୍କୁ ଜଣେ ଯୋଗାଯୋଗ କରିଥିଲେ, ତେବେ ସେ ଅନ୍ୟମାନଙ୍କ କଣ୍ଟାକ୍ଟରେ ନଥିଲେ । ଯଦି ସେ ରହିଥାନ୍ତେ ତେବେ ହୁଏତ ତାଙ୍କ ସହ ଅନ୍ୟମାନେ ମେସେଜ କରିଥାନ୍ତେ । ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଏମଏସ ଧୋନିଙ୍କ ବିଷୟରେ କହିଥିଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ତେଜିଛି ।

   Related Posts