ହେଟମାୟରଙ୍କ ପତ୍ନୀଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରି ଫସିଲେ ଗାଭାସ୍କର, କମେଣ୍ଟ୍ରିରୁ ହଟାଇବାକୁ ଦାବି

Published By : Prameya-News7 Bureau | May 21, 2022 IST

ମୁମ୍ବାଇ: ପୁଣି ଥରେ ନିଜର ବିବାଦୀୟ ଟିପ୍ପଣୀକୁ ନେଇ ବିବାଦ ଘେରରେ ଭାରତର ଦିଗଜ କ୍ରିକେଟର ତଥା ଭାଷ୍ୟକାର ସୁନୀଲ ଗାଭାସ୍କର। ଏଥର ରାଜସ୍ଥାନ ରୟାଲ୍ସର ବ୍ୟାସଟମ୍ୟାନ ସିମରନ ହେଟମାୟରଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଗାଭାସ୍କର। ଏହାପରେ ତାଙ୍କୁ କମେଣ୍ଟ୍ରିରୁ ହଟାଇବା ପାଇଁ ଦାବି ହୋଇଛି। ଏହା ପୂର୍ବରୁ ସେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତି ଟିପ୍ପଣୀ କରି ବିବାଦ ଘେରରେ ରହିଥିଲେ।

ରାଜସ୍ଥାନ ଏବଂ ଚେନ୍ନାଇ ମ୍ୟାଚ୍ ସମୟରେ ଯେତେବେଳେ ସିମରନ ହେଟମାୟର ବ୍ୟାଟିଂ ପାଇଁ ଆସିଲେ ସେହି ସମୟରେ କମେଣ୍ଟ୍ରି କରୁଥିବା ଗାଭାସ୍କର କହିଛନ୍ତି, ହେଟମାୟରଙ୍କ ପତ୍ନୀ ତ ଡେଲିଭରି କରି ଦେଲେ। ଏବେ ଦେଖିବାକୁ ବାକି ରହିଲା ଯେ, ହେଟମାୟର ଡେଲିଭରି କରି ପାରୁଛନ୍ତି ନା ନାହିଁ। ଏହାପରେ ହେଟମାୟର ସାତଟି ବଲ୍‌ରୁ ଛଅ ରନ କରି ଆଉଟ୍ ହୋଇଛନ୍ତି। ଏବେ ଗାଭାସ୍କରଙ୍କ ଏହି ଟିପ୍ପଣୀକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି।

କଣ ପୂରା ମାମଲା

ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସିମରନ ହେଟମାୟର ନିକଟରେ ବାପା ହୋଇଛନ୍ତି। ଏହି ସମୟରେ ସେ ନିଜ ପତ୍ନୀଙ୍କ ସହ ରହିବା ପାଇଁ କିଛି ଦିନ ଛୁଟି ନେଇଥିଲେ ଏବଂ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିଥଲେ। ପିତା ହେବା ପରେ ହେଟମାୟର ନିଜ ଶିଶୁ ସହ ଛୋଟ ଭିଡିଓ ସେୟାର କରିଥିଲେ। ସେ ଲେଖିଥିଲେ, ପତ୍ନୀକୁ ବହୁତ ଭଲ ପାଏ। ବାପା ହେବା ପରେ ସେ ପୁଣି ଥରେ ନିଜ ଦଳ ସହ ଯୋଗ ଦେଇଛନ୍ତି ଏବଂ ଚେନ୍ନାଇ ବିପକ୍ଷ ମ୍ୟାଚ୍ ବି ଖେଳିଛନ୍ତି।

ଚେନ୍ନାଇ ବିପକ୍ଷ ମ୍ୟାଚରେ ଯେବେ  ହେଟମାୟର ବ୍ୟାଟିଂ କରିବାକୁ ଆସିଥିଲେ, ସୁନିଲ ଗାଭାସ୍କର କହିଛନ୍ତି ହେଟମାୟରଙ୍କ ପତ୍ନୀ ତ ଡେଲିଭର କରି ଦେଲେ, ଆଉ ଏବେ ଦେଖିବା ବାକି ରହିଲା ଯେ, ସେ ଡେଲିଭର କରି ପାରିବେ କି ନାହିଁ। ଏହି କଥା ତାଙ୍କ ବାପା ହେବା ସହ ଜଡିତ ଥିଲା। ଏବେ ଏହି ଟିପ୍ପଣୀକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି ଏବଂ ଗାଭାସ୍କରଙ୍କୁ କମେଣ୍ଟ୍ରିରୁ ହଟାଇବାକୁ ଦାବି  ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.