ବ୍ରିଟେନ୍‌ କମେଣ୍ଟେଟରଙ୍କୁ ମଞ୍ଜି କଥାଟେ କହିଦେଲେ ଗାଭାସ୍କର; ଇଣ୍ଟରନେଟ୍‌ର ଭାଇରାଲ୍ ହେଲା କମେଣ୍ଟ୍ରି

Published By : Prameya-News7 Bureau | April 11, 2022 IST

ନୂଆଦିଲ୍ଲୀ: ଭାରତର କୋହିନୁର ହିରା ଏବେ ବ୍ରିଟେନ୍‌ ରାଣୀଙ୍କ ପାଖରେ ଅଛି। ଏହି ହିରାକୁ ଭାରତ ଫେରାଇ ଆଣିବା ପାଇଁ ଅନେକ ସମୟରେ ସରକାରୀ ସ୍ତରର କଥା ଉଠିଛି। ସରକାର ଚେଷ୍ଟା ମଧ୍ୟ କରିଛନ୍ତି। ଏବେ ଏହାକୁ ନେଇ ମଜାରେ ମଜାରେ ବ୍ରିଟେନ୍‌ କମେଣ୍ଟେଟରଙ୍କୁ କୋହିନୁର ହିରା ଫେରାଇବାକୁ କହିଛନ୍ତି ସୁନିଲ ଗାଭାସ୍କର। କଥା ସିନା ମଜାରେ ଥିଲା, ହେଲେ ଗାଭାସ୍କର କିନ୍ତୁ କଥାର ଶଟ୍‌ ମାରିବାରେ ମାହିର୍। ବ୍ରିଟେନ୍‌ କମେଣ୍ଟେଟରଙ୍କୁ କଥାଟି ଲାଗିଥିବ ବୋଲି ଗାଭାସ୍କରଙ୍କ ଫ୍ୟାନ୍‌ମାନେ କହୁଛନ୍ତି।

ଆଇପିଏଲ୍‌ର ୧୬ ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର ଜାଏଣ୍ଟ ମଧ୍ୟରେ ଖେଳ ଜାରି ରହିଥିଲା। ମ୍ୟାଚ୍‌ରେ ବ୍ରେକ୍ ସମୟରେ ଯେତେବେଳେ ସ୍କ୍ରିନ୍‌ରେ ଭାରତର ସୌନ୍ଦର୍ଯ୍ୟ ବିଷୟରେ ଦଖାଯାଉଥିଲା। ମମ୍ବାଇରେ ମେରାଇନ୍‌ ଡ୍ରାଇଭ୍‌ର ସୁନ୍ଦରତା ସ୍କ୍ରିନିଂ ହେଉଥିବା ବେଳେ ଗାଭାସ୍କର ବଡ଼ ମଜାରେ ନିଜର ବ୍ରିଟେନ୍‌ କମେଣ୍ଟେଟର ସହଯୋଗୀ ଆଲାନ ଉଇଲ୍‌କିନ୍ସ କହିଥିଲେ କୋହିନୁର ହିରା କଥା।

wp:html /wp:html

ମେରାଇନ୍‌ ଡ୍ରାଇଭ୍‌ ସୁନ୍ଦରତାକୁ ରାଣୀଙ୍କ ନେକ୍‌ଲେସ୍ ସହିତ ତୁଳନା କଲା ବେଳେ ଗାଭାସ୍କର ଉଇଲ୍‌କିନ୍ସଙ୍କୁ କହିଥିଲେ "ଆମେ ଏବେ ବି କୋହିନୁର ହୀରର ଅପେକ୍ଷାରେ ରହିଛୁ।" ଗାଭାସ୍କରଙ୍କ କଥାରେ ଏକ ମଜାଦାର ପରିବେଶ ସୃଷ୍ଟି ହୋଇଥିଲା ଉଭୟେ ହସିଥିଲେ। ହେଲେ ଗାଭାସ୍କର କିନ୍ତୁ ନିଜ କଥା ପୂରା ନକରିବା ଯାଏ ଅଟକି ନଥିଲେ। ସେ ପୁଣିଥରେ କହିଥିଲେ ଯେ ଯଦି ଉଇଲ୍‌କିନ୍ସଙ୍କର ବ୍ରିଟେନ୍ ସରକାର ପାଖରେ କିଛି ବିଶିଷ୍ଟ ଚିହ୍ନାପରିଚିତ ଥିବ ତେବେ ସେ ବ୍ରିଟେନ୍ ସରକାରଙ୍କୁ ହୀରା ଫେରାଇ ଦେବାକୁ କହିବେ ବୋଲି ଗାଭାସ୍କର କହିଥିଲେ।

ଆଉ ଗାଭାସ୍କରଙ୍କର ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ଘାଇଁ ଘାଇଁ ହେଇ ବୁଲୁଛି। କେତେକ ଏହି ଥଟା ମଜାକୁ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ବୋଲି କହୁଥିବା ବେଳେ କେତେକ କହୁଛନ୍ତି, ଗାଭାସ୍କର ମଞ୍ଜି କଥାଟେ କହିଦେଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.