ଲିଟିଲ୍ ମାଷ୍ଟରଙ୍କ ପ୍ରଥମ ଟେଷ୍ଟ୍ ଶତକ: ବିପକ୍ଷ ଟିମ୍‌ର ଖେଳାଳିଙ୍କ ଟିପ୍ପଣୀରେ ବଦଳି ଯାଇଥିଲା ଖେଳ, ଏତେଦିନ ପରେ କହିଲେ ଗାଭାସ୍କର

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ, ୦୯|୦୬: ୧୯୭୧ରେ ଭାରତୀୟ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବା ସହ କାରବିଆନ ଟିମକୁ ପ୍ରଥମ ଥର ପାଇଁ ପରାସ୍ତ କରିଥିଲା । ଇଣ୍ଡିଆ ମାଟିରେ ଭାରତ ବିଜୟର ସ୍ୱାଦ ଚାଖିଥିଲା । ଏହି ସିରିଜରେ ସୁନିଲ ଗାଭାସ୍କର ପଦାର୍ପଣ କରିବା ସହ ନୂତନ ରେକର୍ଡ ପ୍ରତିଷ୍ଠା କରିଥିଲେ । ସେ ନିଜର ପ୍ରଥମ ସିରିଜରେ ରନ୍ ବର୍ଷା କରିଥିଲେ । ଏହି ରେକର୍ଡ ଆଜିଯାଏଁ ମଧ୍ୟ ଅତୁଟ ରହିଛି ।

୨୧ ବର୍ଷୀୟ ସୁନିଲ ଗାଭାସ୍କର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୂଆଧାର ପଦାର୍ପଣ କରିଥିଲେ । ଏହା ପଛରେ କିନ୍ତୁ ଜଣେ ଖେଳାଳିଙ୍କ ବଡ ଯୋଗଦାନ ରହିଛି ।  ନିକଟରେ ଏକ ସୋରେ ଗାଭାସ୍କର ଏନେଇ ଗୁମର ଖୋଲିଛନ୍ତି । ଏହି ଖେଳାଳିଜଣଙ୍କ ଗାଭାସ୍କରଙ୍କୁ ଉତ୍ସାହିତ କରିଥିଲେ ।

ଏହି ଖେଳାଳିଜଣଙ୍କ ହେଉଛନ୍ତି ରୋହନ କହ୍ନାଇ । ଏହି ଖେଳାଳିଙ୍କ ନାମକୁ ଆଧାର କରି ଗାଭାସ୍କର ନିଜ ପୁଅଙ୍କ ନାଁ ମଧ୍ୟ ରୋହନ ରଖିଥିଲେ । ୧୯୭୬ରେ ଜନ୍ମ ହୋଇଥିବା ରୋହନ ଗାଭାସ୍କର ୧୧ଟି ଦିନିକିଆରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଗାଭାସ୍କର ମାନିଛନ୍ତି ଯେ, ସେ ରୋହନ କହ୍ନାଇଭଙ୍କ ବ୍ୟାଟିଂର ବହୁତ ବଡ ପ୍ରଶଂସକ ଥିଲେ । କିନ୍ତୁ କହ୍ନାଇ ଭାରତର ବିରୋଧି ଦଳର ସଦସ୍ୟ ଥିଲେ । ସେ ଇଣ୍ଡିଜ ତରଫରୁ ଖେଳୁଥିଲେ । ଯେତେବେଳେ ଗାଭାସ୍କର ବ୍ୟାଟିଂ କରୁଥିଲେ ରୋହନ ତାଙ୍କ କାନ ପାଖରେ ଧିର ସ୍ୱରରେ କିଛି କହିଥିଲେ । ୧୦୦ ରନ ଦରକାର ନାହିଁ, ବ୍ୟାଟିଂରେ ଧ୍ୟାନ ଦେବାକୁ ରୋହନ ଗାଭାସ୍କରଙ୍କୁ କହିଥିଲେ । ଏହାପରେ ଗାଭାସ୍କର ଶତକ ଅର୍ଜନ କରିଥିଲେ ।

ଗୁୟେନାରେ ରହୁଥିବା ରୋହନ ପ୍ରଥମ ଭାରତୀୟ ବଂଶୋଦ୍ଭଭ ଖେଳାଳି ଭାବେ ଓ୍ୱେଷ୍ଟଇଣ୍ଡିଜ ଦଳର ଅଧିନାୟକ ଭାର ତୁଲାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.