ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଭାରତୀୟ ଅଧିନାୟକ, ବିଜୟ ପରେ ସର୍ବ ସମ୍ମୁଖରେ କଲେ ଖୁଲ୍ଲାସା
13/06/2023 at 12:34 PM

ନୂଆଦିଲ୍ଲୀ ୧୩/୦୬: କରିତ୍କର୍ମା ଖେଳାଳି ତଥା ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଖୁସି ଏବେ ଦୁଇ ଗୁଣା । ଭାନୁଆଟୁ ବିପକ୍ଷରେ ବିଜୟ ସହ ଫାଇନାଲ୍ ଟିକେଟ୍ ପକ୍କା କରିଛି ଦଳ । ତେବେ ଏହି ବିଜୟର ରିଅଲ ହିରୋ ଥିଲେ ଅଧିନାୟକ ସୁନୀଲ ଛେତ୍ରୀ । ଏହି ବିଜୟ ସହିତ ସୁନୀଲ ଛେତ୍ରୀ ମୈଦାନରେ ପ୍ରଶଂସକଙ୍କୁ ଦେଇଛନ୍ତି ବଡ ଖୁସି ଖବର ।
.@chetrisunil11's left footed finish takes the #BlueTigers 🐯 to the #HeroIntercontinentalCup 🏆 FINAL 💙😍#VANIND ⚔️ #IndianFootball ⚽️ pic.twitter.com/1n081IsM4I
— Indian Football Team (@IndianFootball) June 12, 2023
ସେ ଆନାଉନ୍ସ କରିଛନ୍ତି ଯେ, ଖୁବି ଶୀଘ୍ର ତାଙ୍କ ଘରେ ଶୁଭିବ କୂଆଁ କୂଆଁ ରାବ । ଅର୍ଥାତ୍ ବାପା ହେବାକୁ ଯାଉଛନ୍ତି ସୁନୀଲ ଛେତ୍ରୀ । ଲାଇଭ ମ୍ୟାଚରେ ସୁନୀଲ ଛେତ୍ରୀ ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ଖବର ଦେଇଥିଲେ ଭିନ୍ନ ଢଙ୍ଗରେ । କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ୨୦୨୩ ରେ ଭାନୁଆଟୁଙ୍କ ବିପକ୍ଷରେ ଜବରଦସ୍ତ ଖେଳ ପ୍ରଦ୍ରଶନ କରିଥିଲେ ଛେତ୍ରୀ । ଛଡାଇ ଆଣିଥିଲେ ବିଜୟ ।
୮୧ ମିନିଟରେ ସୁନୀଲ ଛେତ୍ରୀ ଗୋଟିଏ ଗୋଲ ସ୍କୋର କରି ଏକ ବିଶେଷ ଢଙ୍ଗରେ ସେଲିବ୍ରେସନ କରିଥିଲେ । ଏହି ଲକ୍ଷ୍ୟ ପରେ ସେ ସୂଚାଇ ଦେଇଛନ୍ତି ଯେ ସେ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ନିଜ ଟି-ସାର୍ଟ ଭିତରେ ବଲ ରଖି ନିଜ ଗର୍ଭବତୀ ପତ୍ନୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ବାର୍ତ୍ତା । ଷ୍ଟାଡିୟମରେ ଛେତ୍ରୀଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ଯିଏ ତାଙ୍କୁ କରତାଳି ଦେଇ ଉତ୍ସାହିତ କରୁଥିଲେ । ଏଥି ସହିତ, ମ୍ୟାଚ୍ ପରେ ସୁନୀଲ ଛେତ୍ରୀ କହିଛନ୍ତି, ‘ମୋ ପତ୍ନୀ ଏବଂ ମୁଁ ଏକ ସନ୍ତାନ ଆଶା କରୁଛୁ, ମୁଁ ଏହାକୁ ସମଗ୍ର ବିଶ୍ୱ ସହ ବାଣ୍ଟିବାକୁ ଚାହେଁ ।