ଫିଲ୍ମ ପୋଷ୍ଟରରେ ନିଜ ଫଟୋ ଦେଖି ଭଡକିଲେ ଅଭିନେତା ସୁନୀଲ ସେଟ୍ଟୀ, ପ୍ରଡକ୍ସନ୍ କମ୍ପାନୀ ବିରୋଧରେ ଦାଖଲ କଲେ ମାମଲା

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ ୦୫/୦୩: ବଲିଉଡ୍ ଆଭିନେତା ସୁନୀଲ ସେଟ୍ଟୀ ନକଲି ପୋଷ୍ଟର ସେୟାର କରିଥିବା ଏକ ପ୍ରଡକ୍ସନ୍ କମ୍ପାନୀ ବିରୋଧରେ ଅଭିଯୋଗ କରିଛନ୍ତି । ପୋଷ୍ଟରରେ ଏହା ଦର୍ଶାଯାଇଛି , ସୁନୀଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁନୀଲ ସେଟ୍ଟୀ ବୁଧବାର ଭର୍ସୋଭା ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରିଛନ୍ତି । ପ୍ରଡକ୍ସନ୍ କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର କରିଥିବା ଏବଂ ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବୋଲି ମିଛ କହିଥିବା ଅଭିଯୋଗ କରିଛନ୍ତି ସୁନୀଲ ।

ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ । ଅଧିକାରୀଙ୍କ କହିବାନୁସାରେ, ଆଭିନେତା ଅଭିଯୋଗ କରିଛନ୍ତି ନିର୍ମାତା ଫିଲ୍ମର ଏକ ନକଲି ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ ସଂପୃକ୍ତ ନୁହଁନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟର ଦେଖାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ଭର୍ସୋଭା ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ସିରାଜ ଇନାମଦାର କହିଛନ୍ତି ତାଙ୍କୁ ଅଭିଯୋଗ ମିଳିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ମାମଲା ଦାଖଲ ହୋଇନାହିଁ । ବୟାନ ଦେବା ପାଇଁ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ଡକାଯାଇ ନାହିଁ ।  ପୋଲିସ ଏହାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.