Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କେଏଲ୍‌ ରାହୁଲ ଓ ଅଥିୟାଙ୍କ ବାହାଘର ନେଇ ସୂଚନା ଦେଲେ ସୁନୀଲ ଶେଟ୍ଟୀ, ଖୁବଶୀଘ୍ର ଦିନ ଧାର୍ଯ୍ୟ ହେବ

24/11/2022 at 6:39 PM

ମୁମ୍ବାଇ: କ୍ରିକେଟର କେଏଲ୍ ରାହୁଲ ଓ ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କ ବାହାଘର ନେଇ ଅନେକ ଦିନ ହେଲା ଖବର ଉଡ଼ୁଛି। ହେଲେ ଏବେ ନିଜେ ବାପା ସୁନୀଲ ଝିଅ ବାହାଘର ବିଷୟରେ ସୂଚନା ଦେଇଛନ୍ତି।

ଖୁବ୍‌ଶୀଘ୍ର ଦିନ ଧାର୍ଯ୍ୟ ହେବ ବୋଲି ସୁନୀଲ ଗଣମାଧ୍ୟମକୁ କହିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ସୁନୀଲ କହିଛନ୍ତି ଯେ ଆଥିୟା ଓ ରାହୁଲଙ୍କ ଉଭୟ ସମୟକୁ ଦୃଷ୍ଟିରେ ରଖି ଦିନ ଧାର୍ଯ୍ୟ କରାଯିବ। ବାହାଘର ସମ୍ପର୍କରେ ସମସ୍ତେ ସମୟ ଆସିଲେ ଜାଣିବେ ବୋଲି ସୁନୀଲ କହିଛନ୍ତି।

ରିପୋର୍ଟ ଅନୁସାରେ, ରାହୁଲ ଓ ଆଥିୟାଙ୍କର ୫-ଷ୍ଟାର ହୋଟେଲ ଛାଡ଼ି ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଘର ‘ଜାହାଁନା’ରେ ବାହାଘର ହେବ। ଏନେଇ ଖବର ପ୍ରକାଶ ପାଉଥିବା ବେଳେ ଶେଟ୍ଟୀ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଗତ ୩ ବର୍ଷ ହେଲା ରାହୁଲ ଓ ଆଥିୟା ପରସ୍ପରକୁ ଭଲପାଉଥିଲେ। ହେଲେ ଦୁହେଁ ସମ୍ପର୍କକୁ ଲୁଚାଇ ରଖିଥିଲେ। କିନ୍ତୁ ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ତଡ଼ପର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ଦୁହେଁ ମିଡିଆ ସାମ୍ନାରେ ନିଜ ସମ୍ପର୍କର ବିଷୟରେ ଖୁଲାସା କରିଥିଲେ। ଦୁହିଁଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା।  

    

   Related Posts