oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରାଜଧାନୀରେ ଥମୁନି ହିଂସା : ଦୋକାନ ବନ୍ଦ କରି ଫେରୁଥିଲେ, ୩ଟି ବାଇକ୍‌ରେ ୬ ଜଣ ଆସି କଲେ ଆକ୍ରମଣ

12/04/2022 at 11:35 AM

ଭୁବନେଶ୍ବର ୧୨।୦୪: ରାଜଧାନୀରେ ପୁଣି ଆତରଙ୍କରାଜ । ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ  କରି ଲୁଟି ନେଲେ ଟଙ୍କା । ଭୁବନେଶ୍ୱରର ସୁନ୍ଦରପଦାରେ ଅଞ୍ଚଳରେ ଘଟିଛି ଏହି ଘଟଣା । ଏଥିରେ ଆହତ ବ୍ୟକ୍ତି ହେଲେ ଉଦ୍ୟାନ ଫ୍ରେସର ମ୍ୟାନେଜର ନିରଞ୍ଜନ ସାହୁ । ଏନେଇ ଏୟାରଫିଲଡ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ନିରଞ୍ଜନ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ । ଠିକ୍‌ ଏହି ସମୟରେ ୩ଟି ବାଇକ୍‌ରେ ୬ଜଣ ଦୁର୍ବୃତ୍ତ ଆସି ନିରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରି, ତାଙ୍କ ନିକଟରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣ ଲାଗି ନିରଞ୍ଜନଙ୍କ କାନ୍ଧରେ ଆଘାତ ଲାଗିଛି ।ସେପଟେ ଘଟଣାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି  ଏୟାରଫିଲଡ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜଧାନୀରେ ଏପରି ଆତଙ୍କରାଜ ଲାଗିରହିଛି । କେତେବେଳେ କିଏ ଶୋଇଥିବା ଅବସ୍ଥାରେ ହାଣି ଦୁର୍ବୃତ୍ତମାନେ ଫେରାର ହୋଇଯାଉଛନ୍ତି, ତ ଆଉ କେତେବେଳେ ରାସ୍ତାରେ କାହାକୁ ଆକ୍ରମଣ କରୁଛନ୍ତି । ଯାହାକୁ ନେଇ ରାଜଧାନୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତୁରନ୍ତ ଏହି ଅପରାଧ ସାମ୍ରାଜ୍ୟକୁ ଦମନ କରିବାକୁ ସାଧାରଣରେ ଦାବି ଉଠିଛି ।

   Related Posts