୨ ଦିନ ପରେ ମଧ୍ୟ ଉଦ୍ଧାର ହୋଇପାରିଲେନି ସୁନ୍ଦରଗଡ଼ର ନିଖୋଜ ଛାତ୍ର

Published By : Prameya-News7 Bureau | August 05, 2018 IST

ସୁନ୍ଦରଗଡ଼ ବୀରମିତ୍ରପୁରରେ ବିଏସଏଲ ଛାତ୍ର ନିଖୋଜ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କ ପତ୍ତା ମିଳୁନାହିଁ | ନିଖୋଜ ଛାତ୍ର ଜଣକ ହେଲେ ଦୀପକ ଲୁଗୁନ | ଗତକାଲି ସ୍ଥାନୀୟ ଆଲେକ୍ଜାଣ୍ଡାର ସ୍କୁଲର ୪ଜଣ ଛାତ୍ର ପଥର ଖାଦାନକୁ ଗାଧୋଇବାକୁ ଯାଇଥିଲେ | ତେବେ ସାଙ୍ଗ ହୋଇ ଗଢ଼ୁଥିବା ବେଳେ ଦୀପକ ବୁଡିଯାଇଥିଲେ | ନିଖୋଜ ଛାତ୍ରକୁ ଉଦ୍ଧାର ପାଇଁ ପ୍ରଥମେ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା | ଉଦ୍ଧାର ହେଇନପାରିବାରୁ ରାଉରକେଲାରୁ ଓଡ୍ରାଫ ଟିମ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି | ହେଲେ ଏପର୍ଯ୍ୟନ୍ତ ନିଖୋଜ ଦୀପକର ପତ୍ତା ମିଳିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.