previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ

5/07/2022 at 2:54 PM

ସୁନ୍ଦରଗଡ଼ ୦୫।୦୭ : ସୁନ୍ଦରଗଡ଼ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ସମ୍ମୁଖରେ ଧାରଣା ଦେଇ ଖଣି ବନ୍ଦ କରିବା ଘଟଣା । ସୋମବାରଠୁ ମାଦ୍ରୀ କାଲୋ ଗୃହରେ ୭୨ଜଣ ମହିଳାଙ୍କୁ ଅଟକ ରଖିଛି ହେମଗିରି ପୋଲିସ । ଚାକିରି ପ୍ରଦାନ ଦାବିରେ ବିବାହିତ ମହିଳା ମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି। ଏନଟିପିସି ଡୁଲିଙ୍ଗା ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିଲା । ୧୪୪ ଧାରା ଭଙ୍ଗ କରିବା ଅଭିଯୋଗରେ ପୋଲିସ ୭୨ ଜଣ ମହିଳାଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ, ବିବାହିତ ମହିଳାମାନଙ୍କୁ ବିସ୍ଥାପିତର ମାନ୍ୟତା ଦେଇ କମ୍ପାନୀରେ ଚାକିରି ଓ ଅନ୍ୟାନ୍ୟ ସୁବିଧା ଦାବିରେ ମହିଳାମାନେ ଦୀର୍ଘ ୮ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆସୁଛନ୍ତି। ପ୍ରଶାସନ ସେମାନଙ୍କ ଦାବି ଶୁଣୁନଥିବା ବେଳେ ସେମାନେ ସୋମବାର ଖଣି ବନ୍ଦ ଡାକରା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ରବିବାର ଠାରୁ ୧୪୪ ଧାରା ଲାଗୁ କରିଥିଲା । ଆନ୍ଦୋଳନକାରୀ ୧୪୪ ଧାରା ଉଲ୍ଲଙ୍ଘନ କରି ଖଣି ବନ୍ଦ କରୁଥିବା ସମୟରେ ଡୁଲିଙ୍ଗା, ବେଳଦିହି, ମଝାପଡ଼ା, ଖପରିକଛାର ଗାଁର ମହିଳାମାନଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ସଦର ଉପଜିଲ୍ଲାପାଳ, ହେମଗିରି ତହସିଲଦାର ପହଞ୍ଚିଛନ୍ତି । ଅନ୍ୟପଟେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

   Related Posts