ମାଲିକଙ୍କ ପାଇଁ ଜୀବନ ହାରିଲା ଲାବ୍ରାଡର, ସାପକୁ ମାରିଦେଲା ପଛେ ଘରକୁ ଛାଡିଲାନି

Published By : Prameya-News7 Bureau | August 07, 2022 IST

ସୁନ୍ଦରଗଡ଼ ୦୭।୦୮: ଘର ଭିତରକୁ ପଶିବାକୁ  ଉଦ୍ୟମ କରୁଥିଲା ଏକ ନାଗସାପ । ସାପଟି ପଶି ମାଲିକଙ୍କୁ  କିଛି କ୍ଷତି ପହଞ୍ଚାଇବା ଆଶଙ୍କା କରି ସାପ ସହ ଲଢି  ଯାଇଥିଲା ପୋଷା କୁକୁର । ପୋଷା କୁକୁର ନିଜ ଜୀବନ  ହାରି ଦେଲା ପଛେ ଘର ଭିତରକୁ ପଶିବାକୁ ଦେଲାନି ।  ସୁନ୍ଦରଗଡ଼ ବଡ଼ଗାଁ ଗ୍ରାମପଞ୍ଚାୟତର ବନ୍ଧଢିପା  ଗ୍ରାମରେ ଏଭଳି ଘଟଣା ଘଟିଛି ।

ଖବର ଅନୁଯାୟୀ, ବନ୍ଧଢିପା ଗାଁର ଅବସରପ୍ରାପ୍ତ  ବ୍ୟାଙ୍କ କର୍ମଚାରୀ କୃପାସିନ୍ଧୁ ପଣ୍ଡା ସପରିବାର ବସବାସ  କରନ୍ତି । ଶ୍ରୀ ପଣ୍ଡା ତାଙ୍କ ଘରେ ବହୁ ସଂଖ୍ୟାରେ  କୁକୁର, ବିଲେଇ ଓ ଗାଈ ରଖିଛନ୍ତି । କୃପାସିନ୍ଧୁ ଜଣେ  ପଶୁ ପ୍ରେମୀ ହୋଇଥିବା ବେଳେ ସେ ୬/୭ ପ୍ରଜାତିର  କୁକୁର ରଖିଛନ୍ତି । ଶନିବାର ସକାଳେ ସେ ଘରୁ ବାହାରିବା  ସମୟରେ ଲାବ୍ରାଡର ପ୍ରଜାତିର ଏକ କୁକୁର ଶୋଇବା  ସ୍ଥାନରେ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ ।  କୁକୁରର ମରଶରୀର ନିକଟରେ ଏକ ନାଗସାପ  ଖଣ୍ଡବିଖଣ୍ଡ ହୋଇ ପଡ଼ିଥିବା ଦେଖିଥିଲେ । ଘଟଣା ସ୍ଥଳକୁ ଦେଖିବା ପରେ ଜଣାପଡ଼ିଥିଲା ଯେ, ସାପଟି  ଘରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଷା କୁକୁର  ସାପ ସହ ଲଢେଇ କରି ନିଜର ଜୀବନ ଦେଇଥିଲା ।  ମାତ୍ର ମାଲିକଙ୍କ ଘରକୁ ପଶିବାକୁ ଦେଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.