Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡାକ୍ତରଖାନା ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ ରୋଗୀ

7/06/2023 at 11:43 AM

ରାଉରକେଲା ୦୭।୦୬ : ଡାକ୍ତରଖାନା ଛାତରୁ ଖସିଲା ପ୍ଲାଷ୍ଟର । ଅଳ୍କକେ ବର୍ତ୍ତିଗଲା ଚିକିତ୍ସାଧୀନ ରୋଗୀଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଘଟଣା ।  

ଖବର ଅନୁଯାୟୀ, ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ବିଭାଗର ଆଠୋଟି ବେଡ୍‌ ରହିଥିବା ବେଳେ ୮ଜଣ ମହିଳା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ରୋଗୀମାନେ ଶୋଇଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଯାଇଛି । ଯାହାଫଳରେ ୧୫ ନମ୍ବର ବେଡ୍‌ରେ ଥିବା ସାବିତ୍ରୀ ମୁଣ୍ଡାଙ୍କ ଗୋଡ ଉପରେ ପଡିଯାଇଥିଲା ।

ସେହିପରି ରୋଗୀଙ୍କ ବେଡ୍‌ ଉପରେ ପ୍ଲାଷ୍ଟର ଖସିଯାଇଥିବା ବେଳେ ଅନ୍ୟମାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ମରାମତି ହୋଇଛି । କିନ୍ତୁ ଏହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

You Can Read :

   Related Posts