ନବ ଦାସଙ୍କ ପରେ ବିଜେଡିରେ ଯୋଗ ଦେବେ ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂ

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୬|୧: ବିଜେଡି ଯିବାକୁ ଇସାରା ଦେଇଛନ୍ତି ସୁନ୍ଦରଗଡ କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ । କଂଗ୍ରେସ ଛାଡି ବିଧାୟକ ଯୋଗେଶ ସିଂ ବିଜେଡି ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ଼ କଂଗ୍ରେସ ବିଧାୟକ ଯୋଗେଶ ସିଂ । ଫେବ୍ରୁଆରୀ ମାସରେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ପରୋକ୍ଷରେ ଯୋଗେଶ ସିଂ ସୂଚନା ଦେଇଛନ୍ତି ।

୨୫ ତାରିଖରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ଯୋଗେଶ । ବ୍ୟକ୍ତିଗତ କାମ ଥିବାରୁ କାର୍ଯ୍ୟକ୍ରମରେ ଯୋଗଦେବେନାହିଁ ବୋଲି ସେ କହିଛନ୍ତି । ନବଦାସଙ୍କ ପରେ ଦ୍ବିତୀୟ ବିଧାୟକ ଭାବେ ବିଜେଡି ମୁହାଁ ହୋଇଛନ୍ତି ଯୋଗଶ ।

{"id":74567}

ଗତକାଲି ସୁନ୍ଦରଗଡଠାରେ ଯୋଗେଶ ଏବଂ ନବ ଦାସ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ଉଭୟ ନେତା ବିଜେଡିକୁ ଯିବା ପରିପ୍ରେକ୍ଷୀରେ ପରସ୍ପରକୁ ସୁହାଇଲା ଭଳି ମନ୍ତବ୍ୟ ଦେଇଥିଲେ । ଯୋଗେଶ କହିଥିଲେ ଯେ, ତାଙ୍କ ନିର୍ବାଚନ ମଣ୍ଡଳିର ଭୋଟର ଯାହା କହିବେ ସେ ସେୟା ହିଁ କରିବେ । ସେଠାରେ ଉପସ୍ଥିତ ଥିବା ନବ ଦାସ ମଧ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ସେ ଯୋଗେଶଙ୍କୁ ପରାମର୍ଶ ଦେଇଛନ୍ତି ଲୋକଙ୍କ ବା ଭୋଟରଙ୍କ ମତ ନେଇ ନିଷ୍ପତ୍ତି ନେବାକୁ । ସୂଚନାଯୋଗ୍ୟ ଯେ, ନବ ଦାସ ବିଜେଡିକୁ ଯିବା ପ୍ରସଂଗରେ ସମାନ କଥା କହି ଆସିଛନ୍ତି । ତାଙ୍କ ସମର୍ଥକ ଏବଂ ଭୋଟର ଚାହୁଁଥିବାରୁ ସେ ବିଜେଡି ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହୁଛନ୍ତି ।

{"id":74569}

ସୂଚନାଯୋଗ୍ୟ ଯେ, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ବ ନେବା ପୂର୍ବରୁ ହିଁ ଯୋଗେଶ ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏକଥା ସେ ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କହିସାରିଥିବା ଶୁଣାଯାଉଛି । ଏତେ ଦିନ ଧରି କଂଗ୍ରେସରେ ରହି କୌଣସି ଲାଭ ହୋଇନଥିବାରୁ ସେ ବିଜେଡିକୁ ଯିବା ଲାଗି ନିଷ୍ପତ୍ତି ନିଆଯାଉଛି ।

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା ଗସ୍ତ ବେଳେ ନବ ବିଜେଡିରେ ଯୋଗ ଦେବେ । ଏହା ପରେ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ବେଳେ ଯୋଗେଶ ବିଜେଡିରେ ଯୋଗ ଦେବେ । ତେବେ ଏଯାଏଁ ତାରିଖ ନିର୍ଦ୍ଧାରଣ ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.