Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାରୀ ଲିଚୁ ଉପରେ ସୁନ୍ଦରଗଡ ଜିଲ୍ଲାପାଳ ଲଗାଇଲେ କଟକଣା, ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଲିଚୁର ମାନ ପରୀକ୍ଷା ନିର୍ଦ୍ଦେଶ

18/06/2019 at 4:34 PM

ରାଉରକେଲା ୧୮|୬: ଷ୍ଟିଲ ସିଟିରେ ବିହାରୀ ଲିଚୁ ବିକ୍ରି ଉପରେ ଲାଗିଲା କଟକଣା । ରାଜ୍ୟର ବିଭିନ୍ନ ସ୍ଥାନରେ ବିହାରୀ ଲିଚୁ ବିକ୍ରି ନେଇ  ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଆକ୍ସନକୁ  ଆସିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ରାଉରକେଲାରେ ଲିଚୁ କୋଳି ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମସ୍ତିଷ୍କ ଜ୍ବରରେ ବିହାର ମୁଜାଫରପୁରରେ ଲିଚୁ ଖାଇ  ଶିଶୁ ମଡ଼କ ପରେ ଏଠି ଦେଖାଦେଇଛି ତତ୍ପରତା । ସେହିଭଳି ରାଜ୍ୟକୁ ଆସୁଥିବା ଲିଚୁର ମାନ ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ଦେଖିବାକୁ ଯେମିତି ଲାଲ ଟହ ଟହ ହେଇ ସୁନ୍ଦର, ପାଟିକି ବି ସେତିକି ସୁଆଦିଆ । ହେଲେ ଆଖିକୁ ସନ୍ଦର, ପାଟିକୁ ମିଠା ଏଇ ଫଳଟି ଏବେ ରାଉରକେଲା ମାର୍କେଟ୍ ରୁ ଗାଏବ । ବିହାର ମୁଜାଫରପୁରରେ ଲିଚୁ ଖାଇ ଗଲାଣି ୧୦୦ରୁ ଅଧିକ ପିଲାଙ୍କ ଜୀବନ । ଅନେକ ପିଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।  ତେଣୁ ଆକ୍ସନ ମୋଡ୍ କୁ ଆସିଯାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ରାଉରକେଲାରେ ବିହାରୀ ଲିଚୁ ବିକ୍ରି ଉପରେ ଲାଗିଛି କଟକଣା । ଦେଖନ୍ତୁ ଫଳ ମାର୍କେଟ୍‌ର ଚିତ୍ର । ଆମ୍ବ, ଅଙ୍ଗୁର, ସପୁରୀ, କଦଳୀ କେତେ ଅଛି । ହେଲେ ଲିଚୁ କୌଣସି ଦୋକାନରେ  ଦେଖିବାକୁ ପାଇବେନି ଆପଣ ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦଶେକୁ କଡ଼ାକଡ଼ି ଭାବେ ପାଳ କରୁଛନ୍ତି ବ୍ୟବସାୟୀ । ମୁଜାଫରପୁର ଘଟଣାକୁ ଆଖି ଆଗରେ ରଖି ଫଳ ବ୍ୟବସାୟୀମାନେ ଲିଚୁ ଆମଦାନୀ ଏବଂ  ବିକ୍ରି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି  ।

   Related Posts