ଦ୍ୱିତୀୟ ଏମ୍ସ ଦାବିରେ ସୁନ୍ଦରଗଡ ବନ୍ଦ ଡାକରା : ଦୋକାନ ବଜାରରେ ତାଲା, ଯାତାୟତ ଠପ୍
19/08/2022 at 9:01 AM

ସୁନ୍ଦଦରଗଡ, ୧୯।୦୮: ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା । ଆନ୍ଦୋଳନ ପାଇଁ ଜିଲ୍ଲାରେ ଯାତାୟତ ଠପ୍ ହୋଇଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।
ସୂଚନାନୁସାରେ, ଜିଲ୍ଲାର ଏନଟିପିସି ମେଡିକାଲ କଲେଜକୁ ରାଜ୍ୟର ଦ୍ଵିତୀୟ ଏମ୍ସ କରିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହା ପରେ ଗତ ୨୦୨୧ ଏପ୍ରିଲ ମାସରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶିକାଙ୍କ ନେତୃତ୍ଵରେ ଏକ ୯ ଜଣିଅ। ଟିମ୍ ସୁନ୍ଦରଗଡ ଅ।ସି ଏଠାରେ ଭିତ୍ତିଭୂମି ତଦାରଖ କରିଥିଲେ । ତେବେ ଚଳିତ ମାସରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ସୁନ୍ଦରଗଡରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ନେଇ କୌଣସି ଯୋଜନା ନଥିବା ନେଇ କହିବା ପରେ ସୁନ୍ଦରଗଡ ଜିଲ୍ଲାରେ ଦେଖାଦେଇଛି ଅସନ୍ତୋଷ।
ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଶୁକ୍ରବାର ସ୍ଥାନୀୟ ଡିଅ।ରଡିଏ ଛକରେ ପଶ୍ଚିମ ଓଡିଶା ଯୁବା ମଞ୍ଚର କର୍ମକର୍ତ୍ତାମାନେ ଅ।ମରଣ ଅନଶନରେ ବସିବା ସହ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବ୍ୟବସାୟୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଛନ୍ତି। ଏପରିକି ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ସହ ଦୋକାନ ବଜାର ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।