Google ସହ ଏବେ ‘ ଆଲ୍ଫାବେଟ୍’ର CEO ହେଲେ ସୁନ୍ଦର ପିଚାଇ

Published By : Prameya-News7 Bureau | December 04, 2019 IST

ବିଶ୍ୱର ସର୍ବ ବୃହତ୍ତ ଆଇଟି କମ୍ପାନୀ ଗୁଗଲର ପ୍ରବାସୀ ଭାରତୀୟ ସିଇଓ ସୁନ୍ଦର ପିଚାଇଙ୍କ ପଦୋନ୍ନତୀ ହୋଇଛି। ପିଚାଇ ଏବେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ର ସିଇଓ ନିଯୁକ୍ତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଗୁଗଲର ସହ ସଂସ୍ଥାପକ ସର୍ଗେଇ ବ୍ରିନ୍ ଏହି ଡାୟିତ୍ୱ ତୁଲାଉଥିଲେ।

{"id":193914,"sizeSlug":"large"}

୨୦୧୫ ମସିହାରେ ଗୁଗଲ ତା ସ୍ୱରୂପରେ ବଡ ପରିବର୍ତ୍ତନ କରିଥିଲା। ଫଳରେ ‘ଆଲ୍‌ଫାବେଟ୍’ ସ୍ଥାପିତ ହୋଇଥିଲା। ବିଭିନ୍ନ କମ୍ପାନୀଙ୍କ ସମୂହ ହେଉଛି ଆଲଫାବେଟ୍। ଯେଉଁଥିରେ ଗୁଗଲର ବାୟୋମୋ (ସ୍ୱଚାଳିତ କାର),ବେରିଲୀ (ଜୈବ ବିଜ୍ଞାନ), କୈଲିକୋ (ବାୟୋଟେକ୍ ଆର ଏଣ୍ଡ ଡି), ସାଇଡୱାକ୍ ଲ୍ୟାବ (ନଗର ନବୋନ୍ମେଷ) ଓ ଲୁନ (ବେଲୁନ ମାଧ୍ୟମରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା) । ଏସବୁ ଗୁଗଲର ମୂଳ ବ୍ୟବସାୟ ନୁହେଁ ତେବେ ଆଲ୍‌ଫାବେଟ୍ ମାଧ୍ୟମରେ ପରିଚାଳିତ ହେଉଛି।

{"id":193915,"sizeSlug":"large"}

ଗୁଗଲର ନୂଆ ପରିବର୍ତ୍ତନ ପରେ ସର୍ଗେଇ ବ୍ରିନ ଓ ଅନ୍ୟତମ ସହ ସଂସ୍ଥାପକ ଲୈର ପେଜ୍ କମ୍ପାନୀର ସହ ସଂସ୍ଥାପକ, ଶେୟାର ଧାରୀ ଓ ଆଲ୍‌ଫାବେଟ୍‌ର ବୋର୍ଡ ଅଫ ଡାଇରେକ୍ଟର ରହିବେ। ପିଚାଇ ଏବେ ଉଭୟ ଗୁଗଲ ଓ ଆଲଫାବେଟ୍ ର ସିଇଓ ଦାୟିତ୍ୱ ତୁଲାଇବେ।  ଏହା ସହ ସେ ଆଲ୍‌ଫାବେଟ୍‌ର ବୋର୍ଡ ଅଫ ଡାଇରେକ୍ଟର ମଧ୍ୟ ଅବସ୍ଥାପିତ ରହିବେ। ୪୭ ବର୍ଷ ବୟସ୍କ ସୁନ୍ଦର ପିଚାଇ ୨୦୦୪ ମସିହାରେ ଗୁଗଲରେ ଯୋଗ ଦେଇଥିଲେ। ମଦୁରାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ପିଚାଇ ଆଇଆଇଟି ଖଗଡପୁରରୁ ଇଞ୍ଜିନିୟରିଂ ଉତୀର୍ଣ୍ଣ ହେବା ପରେ ଗୁଗଲରେ ଯୋଗଦେଇଥିବା ବେଳେ ୨୦୧୫ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବସ୍ଥାପିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.