ରାଶିଫଳ: ଜାଣନ୍ତୁ ଆସନ୍ତାକାଲି ଛୁଟି ଦିନରେ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | December 12, 2020 IST

ମେଷ – ରବିବାର ଦିନଟି ଭଲରେ କଟିବ। ତରବରିଆ ନ ହୋଇ ସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ । ଦୂରଯାତ୍ରାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତ କହି ବିରୋଧୀ ହେବେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟାରମ୍ଭର ପରକ୍ଷଣରେ ତାହା ଜଟିଳ ଆଡକୁ ଗତି କରିବ । ରୋହିଣୀ ନକ୍ଷତ୍ରର ଅର୍ଥ , ଭୋଗ ବିଳାସ ମଧ୍ୟରେ ସମୟଟି ଭଲରେ ଅତିବାହିତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ - ସକାଳୁ ସକାଳୁ ହଠାତ୍ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ସମସ୍ୟାରେ ପଡିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ । 

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

କର୍କଟ – କର୍ମକ୍ଷେତ୍ରରେ ମଜାଳିଆ କଥା କହି ମନ ଜିଣିବେ । ଅତି ନିକଟରେ ରହୁଥିବା  ମିତ୍ରମନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ । ପରିବାରରେ ଡରି ମରି କାମ କରିବାକୁ ବାଧ୍ୟ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ସିଂହ – ଅତୀତର ଘଟଣାଗୁଡିକର ସମୀକ୍ଷାଜନିତ କୌଣସି ଅସୁବିଧା ନ ଥାଇ ମଧ୍ୟ ମନ ବିଚଳିତ ହେବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କନ୍ୟା – ଭାବୁଥିବା କାମଟି ବିଧିବଦ୍ଧ ଭାବେ ନ କରିବାକୁ ସୁଯୋଗ ହାତଛଡା ହୋଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟି କୋଣରୁ ବିଚାର କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

ତୁଳା – ସମ୍ପର୍କୀୟ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିବାକୁ ପଡିବ । ପାରିବାରିକ ସଦ୍ ଭାବ ଅକ୍ଷୁର୍ଣ୍ଣ ରହିବ । ମାତ୍ର ନିଜକୁ ଟିକେ  ନରମି କହିବାକୁ ପଡିପାରେ । ଅଭାବ ପରିଲକ୍ଷିତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ରଙ୍ଗ ୩।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

ଗୃହିଣୀ- ଧାର୍ମିକ ହେବେ ।

ବିଛା – ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକ ହିଁ ପ୍ରତିବନ୍ଧକ ସୃଷ୍ଟି କରିବେ । ଅଫିସରେ ଥିବା ସମୟରେ ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ସହଯୋଗ ମିଳିବ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ଧନୁ – କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବେ । ବନ୍ଧୁମାନଙ୍କ ଆହ୍ୱାନ କ୍ରମେ କୌଣସି ଶୂଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ସଭା ସମିତିରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ମକର – ଆଶା ପୂରଣ ହେବାରେ ଜଣେ ବାଲ୍ୟ ବନ୍ଧୁ ସାହାଯ୍ୟ କରିବେ । ସାଧାରଣ କଥାକୁ କେନ୍ଦ୍ର କରି ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଝଗଡା ଲାଗିପାରେ । ସାଂସ୍କୃତିକ ଅନୁଷ୍ଠାନର ସଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି । ଶୁଭ ରଙ୍ଗ  ୟେଲୋ । ଶୁଭ ଅଙ୍କ ୫ ।

ଚାଷୀ- ଶ୍ରମ ସାର୍ଥକ ହେବ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

କୁମ୍ଭ  - ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ । ଭୁଲ୍ ବୁଝାମଣା ଓ ସନ୍ଦେହ କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୮ ।

ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ପରକୁ ଆପଣାର କରିବେ ।

ମୀନ - ନିଜେ କଷ୍ଟ ସ୍ୱୀକାର କଲେ ମଧ୍ୟ ମିଠା କଥା କହି ସମସ୍ୟାକୁ ସୁଧାରି ନେବେ ।  ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ମନୋରଞ୍ଜନରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

ଗୃହିଣୀ- ଭାଗ୍ୟଶାଳୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.