ରବିବାର ରାଶିଫଳ: କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ, ଆକସ୍ମିକ ଧନ ଲାଭର ସୂଚନା

Published By : Prameya-News7 Bureau | November 20, 2021 IST

ମେଷ–ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂରହେବ ଓ ଶାନ୍ତିମିଳିବ । ଶୁଭରଙ୍ଗ ଲାଲ୍‌ । ଶୁଭଅଙ୍କ ୩ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ବୃଷ– ପରାମର୍ଶ ନେଇ କାର୍ଯ୍ୟ କଲେସଫଳତା ମିିଳିବ । ଚଞ୍ଚଳମନା ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ପ୍ରଚୁର ଧନଲାଭ ହେବ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୮ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

ମିଥୁନ - ଚୋରଭୟ ଥିବାରୁ ସତର୍କତା ଏକାନ୍ତ ଜରୁରୀ । ଉଦାର ସ୍ୱଭାବର ହେବେ ।କୃଷି କର୍ମକାରୀ ଓ ଦାନଶୀଳ ହୋଇପାରନ୍ତି । ବୁଦ୍ଧିମାନ୍‌ ଓ ବ୍ୟକ୍ତିତ୍ୱ ବିକଶିତ ହେବ ।ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

କର୍କଟ–ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ ।ସାହସୀ ଓ ଆସ୍ତିକ ହେବେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ସାନଭାଇଙ୍କ ଠାରୁ ଭକ୍ତି ମିଳିବ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୩ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ –ମିତ୍ରସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମହେବ ।ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ସ୍ୱାଭିମାନୀ ହେବେ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।

କନ୍ୟା– ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଐଶ୍ୱର୍ଯ୍ୟ ଯୁକ୍ତ ଓ ମାଲିଲୋକଦ୍ଦମାରେ ବିଜୟୀ ହେବେ । ଧନ ଲାଭ ହେବ, ବିଦ୍ୱାନ୍‌ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୧ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରୁମୁକ୍ତ ହେବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
• ଗୃହିଣୀ-ଧାର୍ମିକ ହେବେ ।

ତୁଳା–ଚଞ୍ଚଳମନାହେବେ । ମାତ୍ର ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଅଧିକାଂଶ ସମୟ ଏକାନ୍ତରେ ରହିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ । ସାହସୀ ଓ ଜ୍ଞାନୀ ହେବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।
• ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଛାତ୍ରଛାତ୍ରୀ- ବିଜ୍ଞହେବେ ।
• କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବିଛା–ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ମନ ଚଳ-ଚଞ୍ଚଳ ରହିବ । ସରକାରୀ ଅଥବା କାର୍ଯ୍ୟ କରୁଥିବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଶୁଭରଙ୍ଗ ଗ୍ରିନ୍‌ । ଶୁଭ ଅଙ୍କ୪ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ- ପରକୁ ଆପଣାର କରିବେ ।

ଧନୁ –କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
• ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମକର–ଧର୍ମାତ୍ମା ଓ ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନ ବିତାଇ ପାରନ୍ତି ।ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ପ୍ରବାସପ୍ରିୟ ହୋଇପାରନ୍ତି । ବିଦ୍ୱାନ୍‌ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକସାରର ବ୍ୟବହାର କରନ୍ତୁ ।
• ରୋଗୀ-ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ- ପରକୁ ଆପଣାର କରିବେ ।

କୁମ୍ଭ -ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଯୁଗ୍ମବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ସ୍ୱାଭିମାନୀ, ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ଅଷ୍ଟମଚନ୍ଦ୍ରଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ମିତ୍ରସୁଖ ପାଇବେ ।

ମୀନ - ବନ୍ଧୁମିଳନରେ ବିଶେଷ ଉପକୃତ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା ମନୋଭାବାପନ୍ନ ହୋଇପାରନ୍ତି । ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ସଫଳତା ମିଳିବ ।
• ଗୃହିଣୀ-ସୁଖୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.